fbpx

(Video) ଦୈନନ୍ଦିନ କାମ କରିବାକୁ ପ୍ରସ୍ତୁତ ମସ୍କଙ୍କ ରୋବଟ ଆର୍ମୀ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ୱି, ରୋବଟ ଇଭେଣ୍ଟରେ ଟେଲ୍ସା ତାର ସଦ୍ୟତମ ଉଦ୍ଭାବନ ପ୍ରଦର୍ଶନ କରିଛି । ମନୁଷ୍ୟାକୃତ ରୋବଟଗୁଡିକୁ ସର୍ବ ସମ୍ମୁଖକୁ ଆଣିଛନ୍ତି ଟେଲ୍ସାର ମାଲିକ ଏଲେନ ମସ୍କ । ଏହି ଇଭେଣ୍ଟରେ ଟେଲ୍ସାର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ରୋବର୍ଟଙ୍କ ସମୁହ ମାର୍ଚ୍ଚ ଦେଖିବାକୁ ମିଳିଥିଲା । ରୋବର୍ଟ ଗୁଡିକ ଧାଡିରେ ଆଗକୁ ବଢିଚାଲୁଥିଲେ । ଏହି ରୋବଟ ଦ୍ୱାରା ମଣିଷ ତାର ଦୈନନ୍ଦିନ ଜୀବନର ବ୍ୟସ୍ତତାକୁ ବହୁ ମାତ୍ରାରେ କମାଇ ପାରିବ ବୋଲି ମସ୍କ ଦାବି କରୁଛନ୍ତି ।

ମସ୍କ ରୋବଟଙ୍କ ପାରେଡରେ କହିଛନ୍ତି କି, ଏହି ସବୁ ରୋବଟର ଡିଜାଇନ ବହୁ କାର୍ଯ୍ୟ ସମ୍ପାଦନ ଉଦ୍ଦେଶ୍ୟରେ କରାଯାଇଛି । ଆମ ଦୈନନ୍ଦିନ ଜୀବନର ବହୁ କାମ ସମ୍ପାଦନ କରିବାରେ ରୋବଟ ସବୁ ସକ୍ଷମ ହେବେ । ଏହି ରୋବଟ ଦ୍ୱାରା ପିଲାଙ୍କ ଯତ୍ନ, ଦୋକାନରୁ ସାମଗ୍ରୀ ଆଣିବା ଓ ଘରର ଯାବତୀୟ ସାଫସଫାଇ କାମ ହୋଇପାରିବ । ଏଥିସହ କୁକୁର, ବିଲେଇଙ୍କୁ ବୁଲାଇବା କାମ ମଧ୍ୟ କରିପାରିବ । ସବୁ କାମକୁ ଏହି ରୋବଟ ସ୍ୱଚ୍ଛତା ଓ ଦକ୍ଷତା ସହ କରିପାରିବ ବୋଲି ମସ୍କ କହିଛନ୍ତି ।

ରୋବଟ ଦ୍ୱାରା ହୋଇଥିବା ଏକ ଭିଡିଓକୁ ଦେଖାଇ ମସ୍କ କହିଛନ୍ତି, ଏହି ମାନବାକୃତ ରୋବଟ ଦ୍ୱାରା ପ୍ୟାକେଜିଂ, , ଜିନିଷ ଏଠୁ ସେଠିକି ନେବା, ନିର୍ଦ୍ଧିଷ୍ଟ ସ୍ଥାନରେ ସବୁ ରଖିବା କାମ ପ୍ରଦର୍ଶନ କରାଯାଇଥିଲା । ମସ୍କଙ୍କ କମ୍ପାନୀରେ ପ୍ରସ୍ତୁତ ଏହି ରୋବର୍ଟର ଦାମ ୨୦- ୩୦ ହଜାର ମଧ୍ୟରେ ରହିବ । ଆଗାମୀ ଦିନରେ ଏହି ରୋବଟର ଚାହିଦା ବଜାରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.