fbpx

ପୂଜାରେ ଝରିଲା ଲୁହ: ଟ୍ରେନିଂ ସମୟରେ ବିସ୍ଫୋରଣ ଘଟି ଦୁଇ ଅଗ୍ନିବୀର ସହିଦ

ନୂଆଦିଲ୍ଲୀ: ଦଶହରାର ପାର୍ବଣ ଋତୁରେ ସମସ୍ତେ ନିଜ ନିଜ ପରିବାର ସହ ହସ ଖୁସିରେ ମା’ଙ୍କର ମଣ୍ଡପ ବୁଲିବା ସହ ଦୁଃଖ ଦୂର ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପୂଜାରେ ଆସିଛି ଏକ ଦୁଃଖ ଖବର । ଫାୟାରିଂ ଅଭ୍ୟାସ ସମୟରେ ବିସ୍ଫୋରଣ ଘଟି ଦୁଇଜଣ ଅଗ୍ନିବୀର ସହିଦ ହୋଇଛନ୍ତି । ମହାରାଷ୍ଟ୍ରର ନାସିକରେ ଘଟିଯାଇଛି ଏଭଳି ଏକ ବଡ଼ ଅଘଟଣ । ନାଶିକ ଆର୍ଟିଲେରୀ ସେଣ୍ଟରରେ ଟ୍ରେନିଂ ଚାଲିଥିବା ସମୟରେ ବିସ୍ଫୋରଣ ଘଟିବାରୁ ଦୁଇ ଅଗ୍ନିବୀରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ତେବେ ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଅଗ୍ନିବୀରଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଉଛନ୍ତି ଗୋହିଲ ସିଂହ ଓ ସାଇଫାତତ ଶିଟ । ଲାଇଭ-ଫାୟାର ଏକ୍ସରସାଇଜ ସମୟରେ ଏହି ଦୁଇ ଅଗ୍ନିବୀର ପ୍ରାଣ ହରାଇଥିଲେ । ଆର୍ଟିଲେରୀ ଲୋଡିଂ ସମୟରେ ଏହି ବିସ୍ଫୋରଣ ଘଟିଥିବା ପ୍ରାରମ୍ଭିକୁ ରିପୋର୍ଟରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇା ମାସରେ ଆଗ୍ରା ସ୍ଥିତ ଭାରତୀୟ ଏୟାର ଫୋର୍ସ ଷ୍ଟେସନଠାରେ ଜଣେ ୨୨ ବର୍ଷୀୟ ଅଗ୍ନିବୀର ଶ୍ରୀକାନ୍ତ କୁମାର ଚୌଧରୀ ସୁଇସାଇଡ୍ କରିଥିଲେ । ଶାହଗଞ୍ଜ ପୋଲିସ ଷ୍ଟେସନ ଏରିଆରେ ଶ୍ରୀକାନ୍ତ ନିଜକୁ ସରକାରୀ ରାଇଫଲରେ ଗୁଳି କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.