fbpx

ବିବାହକୁ ନେଇ ଚିନ୍ତାରେ ଅଛନ୍ତି କି? ନବରାତ୍ରୀର ଦଶମୀ ଦିନ ଆପଣାନ୍ତୁ ଏହି ଉପାୟ, ବୈବାହିକ ଜୀବନ ହେବ ସୁଖମୟ

ଓଡ଼ିଶା ଭାସ୍କର: ଦଶହରାରେ ଖରାପ ଉପରେ ଭଲର ବିଜୟର ପ୍ରତୀକ ଅଟେ। ଏହି ପର୍ବରେ ଦେଶ-ବିଦେଶରେ ହିନ୍ଦୁ ଧର୍ମର ଲୋକେ ଖୁବ ଧୁମଧାମରେ ପାଳନ କରନ୍ତି। ଏହି ଦିନ ଭଗବାନ ରାମ ଏବଂ ମାଆ ସୀତାଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହା କରିବା ଦ୍ୱାରା ଘରକୁ ଶୁଖ-ଶାନ୍ତି ଫେରିଆସିଥାଏ। ଏଥିସହ ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଅଛି ଏବଂ ବିବାହ ହୋଇପାରୁନି ତେବେ ଏହି ଦିବସରେ ଆପଣ କିଛି ଉପାୟ ଆପଣାଇ ଏହି ସମସ୍ୟାର ସମାଧାନ କରିପାରିବେ। ମାନ୍ୟତା ଅନୁଯାୟୀ, ଦଶହରା ଦିନ କରାଯାଇଥିବା କିଛି ଉପାୟ ଆପଣଙ୍କ ବୈବାହିକ ଜୀବନରେ ଶାନ୍ତି ଏବଂ ପ୍ରେମକୁ ନେଇ ଆସିପାରିବ। ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ..

ଯଦି ଆପଣ ବିବାହିତ ତେବେ ଆପଣ ନିଜ ସାଥୀଙ୍କ ସହ ମିଶି କିଛି ଦାନ କରନ୍ତୁ। ଯଦି ଆପଣ ସିଙ୍ଗଲ ଅଛନ୍ତି ତେବେ ଆପଣ ଏହି ଜିନିଷର ଦାନ କରିପାରିବେ। ଦଶହରା ଦିନ ଆପଣଙ୍କୁ ଅନ୍ନ କିମ୍ବା ବସ୍ତ୍ର ଦାନ କରିବା ଆବଶ୍ୟକ। ଦାନ ଆପଣଙ୍କୁ ଗୁପ୍ତ ଭାବେ କରିବା ଆବଶ୍ୟକ, ଏହାଦ୍ୱାରା ଈଶ୍ୱରଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଏହି ଉପାୟ ଅବିବାହିତ ଝିଅ କିମ୍ବା ପୁଅ ମଧ୍ୟ କରିପାରିବେ। ଏହା କରିବା ଦ୍ୱାରା ସେମାନଙ୍କ ବିବାହ ସହ ଜଡିତ ସମସ୍ୟା ଦୂର ହୋଇଯିବ।

ଦଶହରା ଦିନ ଯଦି ଆପଣ ନଡିଆକୁ ଏକ ହଳଦିଆ କପଡା ବାନ୍ଧି, ମିଠା ଏବଂ ପାନ ସହ ରାମ ମନ୍ଦିରରେ ଦାନ କରିବେ ତେବେ ଏଥିରେ ମଧ୍ୟ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ବିବାହ ଜନିତ ସମସ୍ୟା ମଧ୍ୟ ଦୂର ହେବ। ଏହି ଉପାୟ ଆପଣଙ୍କୁ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ପ୍ରଦାନ କରିବ।

Get real time updates directly on you device, subscribe now.