fbpx

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର! ବଦଳିଲା NPS ନିୟମ, ଅମାନ୍ୟ କଲେ…

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ତେବେ ଏହି ଖବର ଆପଣଙ୍କ ପାଇଁ ଏଟେ । ଜାତୀୟ ପେନ୍ସନ୍ ସିଷ୍ଟମ (NPS) ରେ ଅନେକ ପରିବର୍ତ୍ତନ କରାଯାଇଛି । ଅନେକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ଫାଇନାନସିଆଲ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ମିନିଷ୍ଟ୍ରି ଅଫ ପର୍ସନାଲ, ପବ୍ଲିକ ଗ୍ରିବାନ୍ସ ଆଣ୍ଡ ପେନସନ ଅଧୀନରେ କାର୍ଯ୍ୟ କରୁଥି୍ବା ଡିପାଟମେଣ୍ଟ ଅଫ ପେନସନ ଆଣ୍ଡ ପେନସନ ଓ୍ବେଲଫେୟର ତରଫରୁ  ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନୂଆ ନିୟମରେ କଣ କୁହାଯାଇଛି- ନୂଆ ନିୟମରେ କୁହାଯାଇଛି ଯେ, କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ଦରମାର 10 ପ୍ରତିଶତ ନ୍ୟାସନାଲ ପେନସନ ସିଷ୍ଟମରେ ଜମା କରିବା ଆବଶ୍ୟକ । ପୂର୍ବରୁ ମଧ୍ୟ ଏହି ନିୟମ ରହିଥିଲା । ପୂର୍ଣ୍ଣ ଟଙ୍କା ହିସାବରେ ଜମା କରିବାକୁ ହେବ । ଅର୍ଥାତ୍ କଣ୍ଟ୍ରିବ୍ୟୁସନ 1453.53 ଟଙ୍କା ରହିଥିଲେ 1454 ଟଙ୍କା ଦେବାକୁ ହେବ । ଯଦି ଜଣେ କର୍ମଚାରୀଙ୍କୁ ସସପେଣ୍ଡ କରାଯାଏ, ତେବେ ତାଙ୍କୁ ଏହି ସ୍କିମ୍ ଚାଲୁରଖିବା ପାଇଁ ସୁଯୋଗ ଦିଆଯିବ ।

ଯଦି କଣ୍ଟ୍ରିବ୍ୟୁସନରେ କୌଣସି ତ୍ରୁଟି ଥାଏ, ତେବେ ଏହା ସୁଧ ସହିତ ପେନ୍ସନ୍ ଆକାଉଣ୍ଟରେ ଜମା ହେବ । ଯଦି କର୍ମଚାରୀ ଅନୁପସ୍ଥିତ କିମ୍ବା ବେତନ ବିନା ଛୁଟିରେ ଅଛନ୍ତି, ତେବେ ତାଙ୍କୁ ସେହି ସମୟ ପାଇଁ NPS ଆକାଉଣ୍ଟରେ ଅବଦାନ ଦେବାକୁ ପଡିବ ନାହିଁ । ଯଦି କର୍ମଚାରୀ ଅନ୍ୟ ବିଭାଗ କିମ୍ବା ସଂସ୍ଥାକୁ ସ୍ଥାନାନ୍ତରିତ ହୁଏ, ତେବେ ତାଙ୍କୁ ଏପର୍ଯ୍ୟନ୍ତ NPS ରେ ଅବଦାନ ଜାରି ରଖିବାକୁ ପଡିବ, ଏହାକୁ ସ୍ଥାନାନ୍ତର କରାଯାଇ ପାରିବ ନାହିଁ । ନୂଆ ପେନସନ ସ୍କିମ (NPS) ଅନୁଯାୟୀ, କର୍ମଚାରୀଙ୍କ ମୌଳିକ ବେତନ ଏବଂ ମହଙ୍ଗା ଭତ୍ତା (DA) ର 10 ପ୍ରତିଶତ ପେନସନ ପାଣ୍ଠିରେ ଜମା କରାଯାଇଥାଏ । ନୂତନ ପେନ୍ସନ୍ ସ୍କିମ୍ ସେୟାର ବଜାର ସହିତ ସଂଯୁକ୍ତ, ଯାହାର ଅର୍ଥ ହେଉଛି ଯେ ସରକାରୀ କର୍ମଚାରୀଙ୍କ ପେନ୍ସନ୍ ସିଧାସଳଖ ବଜାରର ପରିବର୍ତ୍ତନ ଉପରେ ନିର୍ଭର କରେ ।

Get real time updates directly on you device, subscribe now.