fbpx

Bill Gates ୨୫ ବର୍ଷ ପୂର୍ବରୁ କରିଥିଲେ ଏହି ୫ ଭବିଷ୍ୟବାଣୀ, ଜାଣନ୍ତୁ କେତେ ସତ ହୋଇଛି ଆଜି

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ ଗେଟ୍ସଙ୍କୁ କିଏ ଅବା ନ ଜାଣିଛି। ବିଲ ଗେଟ୍ସଙ୍କ ନାମ ଦୁନିଆର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ସୁପରିଚିତ। ଏହି କଥାରେ କୌଣସି ସନ୍ଦେହ ନାହିଁ ବିଲ ଗେଟ୍ସସର୍ବଦା ସମୟ ପୂର୍ବରୁ ଚିନ୍ତା କରିଥାଆନ୍ତି। ଆଜିକୁ ୨୫ ବର୍ଷ ତଳେ ସେ ୧୫ଟି ଭବିଷ୍ୟବାଣୀ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ତାଙ୍କର ସମସ୍ତ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ଏହି ବିଷୟରେ..

ମୋବାଇଲ ଫୋନର ନିଶା: କିଛି ବର୍ଷ ପୂର୍ବେ ବିଲ ଗେଟ୍ସ ନିଜ ବହିରେ ଲେଖିଥିଲେ ଯେ, ତାଜା ଖବର ଦେଖିବାଠାରୁ ଫ୍ଲାଇଟର ଟିକେଟ ବୁକ କରିବା ଏବଂ ଫାଇନାନସିଆଲ ମାର୍କେଟ ସହ ଜଡିତ ସମସ୍ତ ଜିନିଷ ମୋବାଇଲରେ ଉପଲବ୍ଧ ରହିବ ଏବଂ ମୋବାଇଲରେ ଲୋକଙ୍କ ଜୀବନ ସହଜ ହୋଇଯିବ। ଯାହା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି।

ଅନଲାଇନ ଫାଇନାନ୍ସ: ୨୫ ବର୍ଷ ପୂର୍ବେ କିଏ ଅନଲାଇନରେ ଟଙ୍କା ଟ୍ରାନ୍ସଫର କଥା ଚିନ୍ତା କରିନଥିଲେ। ହେଲେ ସେହି ସମୟରେ ବିଲ ଗେଟ୍ସ କହିଥିଲେ ଯେ, ସପିଂଠାରୁ ପରିବାର ଏବଂ ସାଙ୍ଗଙ୍କୁ ଟଙ୍କା ପଠାଇବା ପାଇଁ ଲୋକେ ଅନଲାଇନ ପେମେଣ୍ଟ ସିଷ୍ଟମର ବ୍ୟବହାର କରିବେ। ଏହି ଭବିଷ୍ୟବାଣୀ ମଧ୍ୟ ସତ ହେବ।

ଭର୍ଚୁଆଲ ଆସିଷ୍ଟାଣ୍ଟ: ବିଲ୍ ଗେଟ୍ସ ୨୫ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ, ଅଫିସ ଭଳି ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ଲୋକେ ଭର୍ଚୁଆଲ ଆସିଷ୍ଟାଣ୍ଟ ରଖିବେ। ଆଲେକ୍ସା ଏବଂ ଜେମିନି ଭଳି ଜିନିଷ ଏହାର ଉତ୍ତମ ଉଦାହରଣ।

ସୋସିଆଲ ମିଡିଆ: ୧୯୯୯ରେ କୌଣସି ସାଙ୍ଗଙ୍କ ସହ ଯୋଗାଯୋଗ ପାଇଁ ତାଙ୍କ ଘରକୁ ଯିବାକୁ ପଡୁଥିଲା ଏବଂ କଥା କରିବା ପାଇଁ ଲ୍ୟାଣ୍ଡଲାଇନ ଫୋନ ବ୍ୟବହାର କରିବାକୁ ପଡୁଥିଲା। ଏହି ସମୟରେ ବିଲ୍ ଗେଟ୍ସ ସୋସିଆଲ ମିଡିଆରେ ଚାଟିଂ ଏବଂ ଭିଡିଓ କଲ ଭଳି ଜିନିଷର ଦାବି କରିଥିଲେ। ବର୍ତ୍ତମାନ ତାହା ସତ ପ୍ରମାଣିତ ହୋଇଛି।

ଅନଲାଇନ ଚାକିରି: ୧୯୯୯ରେ ଚାକିରି କରିବା ପାଇଁ ଲୋକଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିଲା। ଏହି ସମୟରେ ବିଲଗେଟ୍ସ କହିଥିଲେ ଯେ, କିଛି ବର୍ଷରେ ଲୋକଙ୍କୁ ଘରେ ବସି ଚାକିରି ମିଳିଯିବ।

Get real time updates directly on you device, subscribe now.