fbpx

‘ଲୋକ ସଚେତନ ହେଲେ ସ୍ଵଚ୍ଛତା ହୋଇପାରିବ ପ୍ରଶାସନିକ ବ୍ୟବସ୍ଥା’: RTI କ୍ଲିନିକ ର ଆବାହକ ମନୋରଞ୍ଜନ ପଣ୍ଡା

ଭୁବନେଶ୍ୱର: ଲୋକ ସଚେତନ ହେଲେ ପ୍ରଶାସନିକ ବ୍ୟବସ୍ଥା ସ୍ଵଚ୍ଛତା ହୋଇପାରିବେ। ଯାହାକି ଆଜିର ସମୟରେ ପ୍ରତିଟି ବ୍ୟକ୍ତିଙ୍କ ଜାଣିବା ଗୁରୁତ୍ୱପୂର୍ଣ୍ଣ। ଆଜି ସୂଚନା ଅଧିକାର ଦିବସ ଉପଲକ୍ଷେ RTI କ୍ଲିନିକ୍ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। rti କ୍ଲିନିକ ର ଆବାହକ ମନୋରଞ୍ଜନ ପଣ୍ଡା କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏକ ବିଜ୍ଞ ଓ ସଚେତନ ନାଗରିକତ୍ୱ ସୃଷ୍ଠି ହୋଇପାରିନାହିଁ ସେ ଯାଏ ଏକ ବିକଶିତ ଭାରତର ନିର୍ମାଣ କରିବା ସମ୍ଭବ ନୁହଁ।

ଭାରତରେ ଅକ୍ଟୋବର ୧୨, ୨୦୦୫ ମସିହାରୁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଆସୁଛି | ଆଜି ଏହାକୁ ୧୯ ବର୍ଷ ପୁରିଛି । ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ଏବଂ ଜନସାଧାରଣଙ୍କୁ ସୂଚନା ଯୋଗାଇଦେବାରେ ଏହି ଆଇନର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି।

ଏହି ଅବସରରେ ଆଜି ସଭିଏଁ ଗୋଟିଏ ଗୋଟିଏ #RTI ଦରଖାସ୍ତ କରିବା ଓ ସରକାରୀ ଦପ୍ତରରୁ ବୃହତ୍ତର ସ୍ୱାର୍ଥ ସାଧନ ହେବାପରି କିଛି ସୂଚନା ମାଗିବା ଏବଂ ସୂଚନା ଅଧିକାର ଆଇନକୁ ଜୀବିତ ରଖିବା ପାଇଁ ଅନୁଷ୍ଠାନ ତରଫରୁ ଏକ ଆହ୍ଵାନ ଦିଆଯାଇଛି।

Get real time updates directly on you device, subscribe now.