fbpx

ରାବଣ ପୂଜା କଲେ ପୁରା ହୋଇଥାଏ ମାନସିକ, ଏହି ଗାଁରେ ଚାଲିଆସିଛି ଅଜବ ପରମ୍ପରା

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରୀ ଆରମ୍ଭ ହୋଇଥାଏ । ଏହି ୯ ଦିନ ଦେବୀ ଦୁର୍ଗାଙ୍କ ନବ ରୂପର ପୂଜାର୍ଚ୍ଚନା କରାଯାଇଥାଏ । ଦେବୀ ଦୁର୍ଗାଙ୍କୁ ଶକ୍ତିର ଆଧାର ଭାବେ ବିବେଚିତ କରାଯାଇଛି । ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ଆରାଧନା କରିବା ଦ୍ୱାରା ମାତାଙ୍କ ବିଶେଷ କୃପା ଲାଭ ହୋଇଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ ମାତା ଦଶଭୂଜାଙ୍କ ସହ ମହିଷାସୁରଙ୍କ ମଧ୍ୟ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ଶାରଦୀୟ ନବରାତ୍ରୀ ଶେଷ ହେଲା ପରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିକୁ ବିଜୟ ଦଶମୀ ଭାବେ ପାଳନ କରାଯାଏ । ଏହି ଦିନ ଶ୍ରୀରାମ ଦଶମୁଖା ରାବଣକୁ ବଧ କରିଥଲେ । କିନ୍ତୁ ବହୁତ କମ୍ ଲୋକମାନେ ଜାଣିଥିବେ କି ଏବେବି ଅଧିକାଂଶ ସ୍ଥାନରେ ରାବଣକୁ ମଧ୍ୟ ପୂଜା କରାଯାଏ ଏବଂ ରାବଣଙ୍କ ପାଇଁ ବିଶେଷ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି ।

ମଧ୍ୟପ୍ରଦେଶ ମନ୍ଦସୌର ଗାଁରେ ରାବଣକୁ ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି । ବାସ୍ତବରେ ମନ୍ଦସୌର ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପ ଘର ବୋଲି ବିବେଚିତ କରାଯାଇଛି । ତେଣୁ ମନ୍ଦସୌର ରାବଣର ଶ୍ୱଶୁର ଘର ହୋଇଥିବାରୁ ଏଠିକାର ଗ୍ରାମବାସୀ ରାବଣକୁ ଜ୍ୱାଇଁ ଭାବେ ସମ୍ମାନ ଦେଇଥାନ୍ତି । ସେଥିପାଇଁ ଏଠାରେ ଦଶହରାରେ ରାବଣ ପୋଡ଼ି ପୂର୍ବରୁ ରାବଣର ପୂଜାର୍ଚ୍ଚନା କରାଯାଏ । ବିଶେଷ କଥା ହେଉଛି ଏହି ମନ୍ଦସୌର ଗାଁରେ ନାମଦେବ ସମାଜର ମହିଳାମାନେ ରାବଣ ଠାରୁ ଓଢ଼ଣା କରିଥାନ୍ତି । ଅର୍ଥାତ ସେମାନେ ମାନସିକ ପୂର୍ତ୍ତି ପାଇଁ ମୁଣ୍ଡରେ ଓଢ଼ଣା ଦେଇ ରାବଣ ଗୋଡ଼ରେ କଳା ସୂତା ବାନ୍ଧିଥାନ୍ତି ଦଶହରା ଦିନ ଏଭଳି ଭାବେ ପୂଜାର୍ଚ୍ଚନା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ପାଇଁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଢ଼ୋଲ ବଜାଇ ହର୍ଷୋଉଲ୍ଲାସର ସହ ରାବଣର ପୂଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟା ସମୟରେ ରାବଣ ପୋଡ଼ି/ ଦହନ କରାଯାଏ । ଏହା ପୂର୍ବରୁ ଲୋକମାନେ ରାବଣଠାରୁ କ୍ଷମାପ୍ରାର୍ଥନା କରିଥାନ୍ତି । ଭାରତର ଅନେକ ଅଞ୍ଚଳରେ ରାବଣକୁ ପୂଜାର୍ଚ୍ଚନା କରିବା ଭଳି ଅନେକ ଅଜବ ନିୟମ ଓ ପରମ୍ପରା ଚାଲିଆସିଛି ।

 

Get real time updates directly on you device, subscribe now.