କାନାଡା ହାଇ କମିଶନରଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜବାବ ତଲବ

ନୂଆଦିଲ୍ଲୀ: କାନାଡାରେ ଏକ ତଦନ୍ତ ବେଳେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ଅଯଥା ଅଭିଯୋଗ ଆଣିଥିଲା ଟ୍ରୁଡୋ। ସରକାରଙ୍କୁ ଏପରି ସମାଲୋଚନା କରିବା ପରେ କାନାଡାର ଡେପୁଟି ହାଇ କମିଶନର ଷ୍ଟୁଆର୍ଟ ହ୍ୱିଲରଙ୍କୁ ଜବାବ ତଲବ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ମୃତ୍ୟୁ ମାମଲାରେ କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଏବଂ ଅନ୍ୟ କୂଟନୀତିଜ୍ଞମାନେ ଆଗ୍ରହୀ ବ୍ୟକ୍ତି ବୋଲି ଭାରତ କୁଟନୈତିକ ଚିଠି ପାଇଛି।

ସାଧାରଣତଃ ଆଗ୍ରହୀ ବ୍ୟକ୍ତିମାନେ ଅପରାଧିକ ମାମଲାରେ ସନ୍ଦିଗ୍ଧ ଅଟନ୍ତି। ତେବେ ସେମାନଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ କୌଣସି ଅଭିଯୋଗ ଆସୁନାହିଁ। ଗତ ବର୍ଷ ସେପ୍ଟେମ୍ବରମାସରେ ଭାରତୀୟ ବଂଶୋଦ୍ଭବ କାନାଡାର ହରଦୀପ ସିଂ ନିଜାରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଭାରତ ଓ ଭାରତ ମଧ୍ୟରେ ସମ୍ପର୍କ ରେ ଗଭୀର ତିକ୍ତତା ଦେଖାଦେଇଛି।

ସୋମବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଭାରତ ସରକାର ଏହି ଅଯଥା ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଏହାକୁ ଟ୍ରୁଡୋ ସରକାରଙ୍କ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ କେନ୍ଦ୍ରିତ ରାଜନୈତିକ ଏଜେଣ୍ଡାର ଏକ ଅଂଶ ଭାବରେ ବିବେଚନା କରୁଛନ୍ତି। ସେପଟେ ଏହା ଉପରେ ଭାରତ ସରକାରଙ୍କୁ ଗୋଟିଏ ବି ପ୍ରମାଣ ଦେଇ ନାହାନ୍ତି କାନାଡା ସରକାର।

ଏହି ଉଦ୍ଦେଶ୍ୟରେ ଟ୍ରୁଡୋ ସରକାର ଜାଣିଶୁଣି ହିଂସାତ୍ମକ ଉଗ୍ରବାଦୀ ଏବଂ ଆତଙ୍କବାଦୀଙ୍କୁ କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞ ଏବଂ ସମୁଦାୟ ନେତାଙ୍କୁ ହଇରାଣ, ଧମକ ଏବଂ ଭୟଭୀତ କରିବା ପାଇଁ ସ୍ଥାନ ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

Get real time updates directly on you device, subscribe now.