(Video) କୁମାର ପୂର୍ଣ୍ଣିମାରେ ମହାବାତ୍ୟା! ବିଜୁଳି ସାଙ୍ଗକୁ ତୁହାକୁ ତୁହା ବର୍ଷା, ମରିଯିବେ ଶହଶହ….

ଭୁବନେଶ୍ବର(ଓଡିଶା ଭାସ୍କର): ଓଡିଶାକୁ ସତର୍କବାଣୀ । ପୁଣି ମାଡି ଆସିବ ମହାବାତ୍ୟା । ଏନେଇ ଲୋକଙ୍କ ମନରେ ଏବେଠାରୁ ଛନକା ପସିଛି । ପାଣିପାଗ ବିଭାଗର ଆକଳନ ସତ ହୋଇଛି । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରରେ ଓଡ଼ିଶାରୁ ଫେରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ ଫେରିଛି । ତେବେ ଆଗକୁ ବାଘୁଆ ଶୀତ ମାଡି ଆସିବ ବୋଲି ଆକଳନ କରାଯାଉଛି । ତେବେ ଯଦି ଦେଖିବା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମୁଦ୍ରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲି(ବୁଧବାର) ଠାରୁ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ଚଳିତ ବର୍ଷ ବର୍ଷାରେ ଭିଜିବ କୁମାର ପୁର୍ଣ୍ଣିମା । ଆସନ୍ତା ୨ଦିନ ଯାଏଁ ବର୍ଷା ରହିଥିବା ବେଳେ ଘଡଘଡି ବିଜୁଳି ମାରିବା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି ।

ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଗତି କରିବ । 18 ତାରିଖରୁ 20 ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଘଡଘଡି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

 

Get real time updates directly on you device, subscribe now.