ଧରାପଡ଼ିଲା ପାକିସ୍ତାନର ବଡ଼ ଚାଲ୍! ଭାରତକୁ ସେମିରୁ ବିଦା କରିବା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାଣିଶୁଣି ହାରିଥିଲା ପାକିସ୍ତାନ

ନୂଆଦିଲ୍ଳୀ: ଅକ୍ଟୋବର ୧୪ ତାରିଖରେ ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଯେପରି ଦୟନୀୟ ପ୍ରଦର୍ଶନ କଲା ତାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ । ଭାରତ-ପାକିସ୍ତାନ ଟିମ୍ କ୍ରିକେଟ ମୈଦାନରେ ଚିର ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଭାରତକୁ ସେମିରୁ ବିଦା କରିବା ପାଇଁ ଏହା ପାକିସ୍ତାନ ମହିଳା ଟିମର ଏକ ବଡ଼ ଚାଲ ଥିଲା ବୋଲି ଚର୍ଚ୍ଚା ହେଉଛି । ଗତକାଲିର ମ୍ୟାଚରେ ପାକିସ୍ତାନ ଜିତିଥିଲେ ଭାରତ ସେମି ଖେଳିବାର ସମ୍ଭାବନା ଅଧିକ ରହିଥିଲା । ମାତ୍ର ସେପରି ଘଟିନଥିଲା । ମାତ୍ର ୧୧୦ ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ମାତ୍ର ୫୬ ରନରେ ସୀମିତ ରହିଯାଇଥିଲା ।

ଏହି ମ୍ୟାଚରେ ପାକିସ୍ତାନ ଯେପରି ପ୍ରଦର୍ଶନ କରିଥିଲା, ସେମାନେ ଜାଣିଶୁଣି ମ୍ୟାଚ ହାରୁଥିବା ସ୍ପଷ୍ଟ ପ୍ରତୀୟମାନ ହେଉଥିଲା । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ କମ୍ ରନରେ ରୋକିବାକୁ ପାକିସ୍ତାନ ନିକଟରେ ଏକ ବଡ଼ ସୁଯୋଗ ରହିଥିଲା । ଏହି ମ୍ୟାଚରେ ପାକିସ୍ତାନର ଖେଲାଳିମାନେ ୮ ଥର କ୍ୟାଚ ହାତଛଡ଼ା କରିଥିଲେ । ଯଦି ଏହି ମ୍ୟାଚରେ ପାକିସ୍ତାନ ଠିକରେ ପ୍ରଦର୍ଶନ କରିଥାନ୍ତା ତେବେ ନ୍ୟୁଜିଲାଣ୍ଡ ୮୦ ରନରେ ସୀମିତ ରହିପାରିଥାନ୍ତା । ଟି-୨୦ ଫର୍ମାଟରେ ୧୧୦ ରନ୍ ଏକ ଲୋ-ସ୍କୋରିଂ ଟାର୍ଗେଟ୍ ହୋଇଥିବା ବେଳେ ତାକୁ ମଧ୍ୟ ପାକିସ୍ତାନ ପିଛା କରି ପାରିନଥିଲା । ପାକିସ୍ତାନର ୧୧ ଜଣ ଖେଳାଳି ଅଧା ରନ୍ କରିନପାରି ଅତ୍ୟନ୍ତ ଲଜ୍ଜାଜନକ ଭାବେ ଆତ୍ମସମର୍ପଣ କରିଦେଇଥିଲେ । ପାକିସ୍ତାନର ମାତ୍ର ଦୁଇଜଣ ଖେଳାଳି ଦୁଇ ଅଙ୍କ ଟପିପାରିଥିଲେ, ଯାହାକି ଟି-୨୦ରେ ଏକ ଦୟନୀୟ ପ୍ରଦର୍ଶନର ନମୂନାକୁ ଦର୍ଶାଉଛି । ପାକିସ୍ତାନ ଏହି ମ୍ୟାଚରେ ହାରିଯିବା ଫଳରେ ଭାରତ ୮ ବର୍ଷ ପରେ ପ୍ରଥମ ଥର ଟି-୨୦ ବିଶ୍ୱକପରେ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା ।

Get real time updates directly on you device, subscribe now.