(Video) ବାସ୍ତବରେ ସେଓରେ ରହିଛି ବିଶେଷ ଶକ୍ତି, ବଡ ବଡ ରୋଗ କଣ ଦୁର୍ଘଟଣାରୁ ବି ଦେବ ସୁରକ୍ଷା!

ଓଡିଶା ଭାସ୍କର: ନିରୋଗୀ ରହିବାର ଗୋଟିଏ ଅତି ସାଧାରଣ ଓ ସର୍ବ ଜନ ବିଦିତ ଉପାୟ ହେଉଛି ସେଓ ଖାଇବା । ଏହାକୁ ନେଇ କୁହାଯାଏ, ଦୈନିକ ଗୋଟିଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କୁ ଦୂରେଇ ରଖାଯାଇପାରେ । ତେଣୁ ସକାଳୁ ଗୋଟିଏ ଲେଖା ସେଓ ଖାଇବାକୁ ଲୋକେ କହିଥାନ୍ତି । ଅନେକ ମଧ୍ୟ ଏହାକୁ ଅନୁପାଳନ କରନ୍ତି ।

ତେବେ ସେଓ ରାସ୍ତାରେ ବଡ ଦୁର୍ଘଟଣାରୁ ମଣିଷକୁ ବଞ୍ଚେଇ ଦେଇ ପାରିବ, ଏ କଥା କଣ କେହି ଭାବିଥିବେ । ମାତ୍ର ଗୋଟିଏ ସେଉ ପାଇଁ ଜଣେ ମହିଳା ଆସନ୍ନ ମୃତ୍ୟୁକୁ ମାତ ଦେବାରେ ସଫଳ ହୋଇଛନ୍ତି । ଯାହା ଏକ୍ସ ହ୍ୟାଣ୍ଡଲରେ ସେୟାର ହୋଇଛି । କେମିତି ସେଓ ପାଇଁ ମହିଳା ମୁଣ୍ଡ ଉପରେ ଛାତରୁ ଓଜନଦାର ପାଣି ଟାଙ୍କି ପଡିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଅକ୍ଷୁନ୍ନ ରହିଛନ୍ତି ଦେଖିବାକୁ ମିଳୁଛି ।

ଭିଡିଓରେ ଦେଖିବାକୁ ମିଳୁଛି, ଏକ ସୋସାଇଟିର ରାସ୍ତାରେ ମହିଳା ଜଣେ ଗୋଟିଏ ଘର ଆଗରେ ଠିଆ ହୋଇଛନ୍ତି । ତା ପରେ ସେ ରାସ୍ତା ପାର ହୋଇ ଏକ ଘର ଆଡକୁ ବଢୁଛନ୍ତି । ହୁଏତ ନିଜ ଘରକୁ ଯାଉଛନ୍ତି । ହାତରେ ସେଓ ଧରିବା ସହ ସେଓ ଚୋବାଇ ଚୋବାଇ ରାସ୍ତା ପାର କରିବ ବେଳେ ଉପରୁ ଏକ ପାଣି ଟାଙ୍କୁ ତାଙ୍କ ଉପରେ ଖସୁଛି । ଟାଙ୍କିର ତଳ ଭାଗ ନଥିବାରୁ ମହିଳା ତା ଭିତରେ ପଶି ଯାଉଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା, ଟାଙ୍କି ପଡିବା ଶବ୍ଧ ଶୁଣି ଜଣେ ବ୍ୟକ୍ତି ଆସିଲା ବେଳକୁ ଟାଙ୍କି ଭିତରୁ ମହିଳା ମୁଣ୍ଡ କାଢିବା ସହ ସେମିତି ସେଓ ହାତରେ ଧରି ଚୋବାଇ ଚାଲିଛନ୍ତି । ଭିଡିଓଟି କେଉଁ ସ୍ଥାନର ତାହା ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ଓ ସମସ୍ତ ସେହି ଗୋଟିଏ କଥା କହୁଛନ୍ତି, ସେଓ ଖାଇବା ଦ୍ୱାରା ଡାକ୍ତରଙ୍କୁ ଦୂରେଇ ରଖିହେବ ।

 

Get real time updates directly on you device, subscribe now.