ପେଟ୍ରୋଲ ଲିଟର ୮୨ ଟଙ୍କା! ଆଜି ସବୁଠାରୁ ଶସ୍ତା ହୋଇଗଲା ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଆଜି ପେଟ୍ରୋଲ ଓ ଡିଜେଲ ଦର ସବୁଠାରୁ ନିମ୍ନ ସ୍ତରକୁ ଚାଲି ଆସିଛି । ଭାରତରେ ସବୁଠାରୁ ଶସ୍ତା ଇନ୍ଧନ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ-ନିକୋବରରେ ମିଳିଥାଏ । ମଙ୍ଗଳବାର ଦାନ ଅଶୋଧିତ ତୈଳ ଦରରେ ପାଖାପାଖି ୪ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହା ପରେ ବି ଅଶୋଧିତ ତୈଳ ବ୍ୟାରେଲ ୭୫ ହଜାର ତଳେ ରହିଛି । ଏହା ମଧ୍ୟରେ ଅଏଲ ମାର୍କେଟିଂ କମ୍ପାନୀମାନେ ପେଟ୍ରୋଲ-ଡିଜେଲର ରେଟ୍ ଜାରି କରିଦେଇଛନ୍ତି ।

ରିପୋର୍ଟ ମୁତାବକ, ଆଜି ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜରେ ପେଟ୍ରୋଲ ଲିଟର ୮୨.୪୨ ଟଙ୍କା ଓ ଡିଜେଲ ଲିଟର ୭୮.୦୧ ଟଙ୍କା ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୮.୨୯ ଟଙ୍କା ଓ ୯୬.୧୭ ଟଙ୍କା, ଆସାମରେ ୯୭.୧୪ ଓ ୮୯.୩୮ ଟଙ୍କା, ଚଣ୍ଡିଗଡ଼ରେ ୯୪.୨୪ ଓ ୮୨.୪୦ ଟଙ୍କା, ଅରୁଣାଚଳ ପ୍ରଦେଶରେ ୯୦.୯୨ ଓ ୮୦.୪୪ ଟଙ୍କା, ଛତିଶଗଡ଼ରେ ୧୦୦.୩୯ ଓ ୯୩.୩୩ ଟଙ୍କା, ଦିଲ୍ଲୀରେ ୯୪.୭୨ ଓ ୮୭.୬୨ ଟଙ୍କା, ମହାରାଷ୍ଟ୍ରରେ ୧୦୩.୪୪ ଓ ୮୯.୯୭ ଟଙ୍କା, ମଧ୍ୟପ୍ରଦେଶରେ ୧୦୬.୪୭ ଓ ୯୧.୮୪ ଟଙ୍କା, ପଶ୍ଚିମବଙ୍ଗରେ ୧୦୪.୯୫ ଓ ୯୧.୭୬ ଟଙ୍କା, ଓଡ଼ିଶାରେ ୧୦୧.୦୬ ଓ ୯୨.୬୪ ଟଙ୍କା ରହିଛି ।

Get real time updates directly on you device, subscribe now.