ଅକ୍ଟୋବର ୨୩ରେ ହେବ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ୨୦୨୪କୁ ନେଇ ଆସିଛି ଏକ ବଡ଼ ଖବର । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୫୩,୬୯୩ ଜଣ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଛନ୍ତି । ରାଜ୍ୟର ୩୩୪ଟି ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଏନଆରଟିଏସ ପରୀକ୍ଷା ୨୦୨୪ର ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେଉଛି ।

ଅନୁଷ୍ଠାନର ମୁଖ୍ୟମନ୍ତ୍ରୀ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରି ପଞ୍ଜିକୃତ ପ୍ରାର୍ଥୀଙ୍କ ପାଇଁ ଜାରି କରିବେ । ମାଧ୍ୟମିକ ଶିକ୍ଷା ପରିଦେର ସଭାପତି ଏନେଇ ସୂଚନା ଦେଇଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ସ୍କୁଲ ସ୍ତରରେ ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କ ମଧ୍ୟରୁ ପ୍ରତିଭା ଚୟନ ଉଦ୍ଦେଶ୍ୟରେ ଏହି ପରୀକ୍ଷା କରାଯାଉଛି । ଏହି ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

Get real time updates directly on you device, subscribe now.