ଅମର ଶତପଥୀ-ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନକୁ ଦେବାଶିଷଙ୍କ କାଉଣ୍ଟର, କହିଲେ ପାଣ୍ଡିଆନ ଆମ ନେତା ନଥିଲେ

ଭୁବନେଶ୍ବର: ପାଣ୍ଡିଆନଙ୍କୁ ନେଇ ସମାଲୋଚନା ଥମିବାର ନାଁ ନେଉନାହିଁ । ଦଳ ପରାଜିତ ହେବା ପରେ ଅନେକ ନେତା ଦଳ ଛାଡିଛନ୍ତି । କିନ୍ତୁ ଏହାର କାରଣ ସମସ୍ତେ ପାଣ୍ଡିଆନଙ୍କୁ କରିଛନ୍ତି । ଅମର ଶତପଥୀ ଏବଂ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟାକୁ କାଉଣ୍ଟର କରି ଆଜି ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।

ସେ ପ୍ରତିକ୍ରିୟା ଦେଇ କହିଛନ୍ତି, “ ମତାମତ ଦେବା ଆଗରୁ ଅମର ଶତପଥୀ ଥରେ ଭାବିବା ଉଚିତ । ସର୍ବଦା କ୍ଷମତା ଲୋଭି ହେବା ଠିକ୍ ନୁହେଁ । ଅମର ଶତପଥୀ ବିଜେଡି ଛାଡି ଏନସିପି ଯିବା ବେଳେ ମଧ୍ୟ ଏଭଳି କହିଥିଲେ । କିନ୍ତୁ ସେ ପୁଣି ଦଳକୁ ଫେରିଥିଲେ। ଅନ୍ୟପଟେ ଯଦି ପ୍ରସନ୍ନ ପାଟ୍ଟଶାଣୀଙ୍କ କଥା ଦେଖିବା ତାହେଲେ ସେ ମଧ୍ୟ ଦଳରୁ ଅନେକ ଫାଇଦା ପାଇଛନ୍ତି । ସେ ଅନେକ ବାର ସାଂସଦ ହୋଇଛନ୍ତି । ପାଣ୍ଡିଆନଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ମୁଁ କହିରଖୁଛି କି ପାଣ୍ଡିଆନ କେବେ ବି ବିଜେଡି ନେତା ନଥିଲେ । ଯିଏ ଦଳ ଛାଡିଲେ ବି କୌଣସି ଫରକ ପଡିବ ନାହିଁ । ଆମର ନେତା ନବୀନ ପଟ୍ଟନାୟକ । ଯଦି ସତସାହାସ ଅଛି ତାହେଲେ ତାଙ୍କୁ କୁହନ୍ତୁ । ”

Get real time updates directly on you device, subscribe now.