ବିମାନରେ ବମ, ମିଛ କଲ ମୁକାବିଲା ପାଇଁ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ତିନି ଦିନରେ ପ୍ରାୟ ୧୨ଟି ଧମକପୂର୍ଣ୍ଣ କଲ ମିଳିଛି, ଯେଉଁଥିରେ ବିମାନରେ ବମ ଥିବାର ସୂଚନା ମିଳିଥିଲା । କିନ୍ତୁ ଯାଞ୍ଚ ପରେ ସବୁ କଲ ମିଛ ଥିବା ଜଣାପଡିଛି । ଏପରି ମିଛ କଲକୁ ଗମ୍ଭୀରତା ସହ ନେଇଛି ଗୃହ ବିଭାଗ । ଏଥିପାଇଁ ବୁଧବାର ଗୃହ ବିଭାଗ ମୋକା ଓ ବିସିଏଏସ ସହ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଛି ।

ସରକାର ମାମଲାକୁ ଗୁରୁତର ସହ ନେଇ ବମ ବିପଦ ଆକଳନ ସମିତି ଘଟଣାର ମନ୍ଥନ କରୁଛି ଓ ମୋକା ଆଇନ ପ୍ରବର୍ତ୍ତନ ସହ ମିଳିତ ମିଛ କଲ କରୁଥିବା ବ୍ୟକ୍ତିଙ୍କ ଚିହ୍ନଟ କରି ସେମାନଙ୍କୁ ନୋ ଫ୍ଲଇଟ ଲିଷ୍ଟରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବୁଧବାର ମଧ୍ୟ ଦୁଇଟି ଫ୍ଲାଇଟକୁ ବମ ଧମକ ମିଳିଥିଲା । ଯାହା ପରେ ମିଛ ପ୍ରମାଣିତ ହୋଇଛିଲା । ଗୋଟିଏ ଅକାସା ଏୟାର ଓ ଅନ୍ୟଟି ଇଣ୍ଡିଗୋ ବିମାନ ଥିଲା । ବିଗତ ତିନି ଦିନରେ ୧୨ଟି ବିମାନରେ ବମ ଥିବା ଘଟଣା ଘଟିଛି । ଏହା ପୂର୍ବରୁ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବମ ଥିବା ନେଇ ସୋସିଆଲ ମିଡିଆରେ ଏକ ଧମକ ମିଳିଥିଲା । ଏହା ପରେ ବିମାନକୁ ଅହମଦାବାଦକୁ ପଥ ବଦଳାଇବାକୁ ପଡିଥିଲା ।

ପ୍ରାୟ ୨୦୦ ଯାତ୍ରୀ ଓ ଚାଳକ ଟିମକୁ ନେଇ ବିମାନ ମଙ୍ଗଳବାର ରାତିରେ ମୁମ୍ବାଇରୁ ଉଡାଣ ଭରିଥିଲା । ବୁଧବାର ଏହି କଲର ସତ୍ୟତା ଜଣାପଡିଥିଲା । ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଲା ।

Get real time updates directly on you device, subscribe now.