ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ…ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ

ବାର୍ଷକ ବାର ମାସ ଛଅ ଋତୁ । ମାତ୍ର ସବୁ ମାସ ମଧ୍ୟରେ କାର୍ତ୍ତିକକୁ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ । କୁମାର ପୂର୍ଣ୍ଣିମା ପରଦିନ ଠାରୁ ଆରମ୍ଭ ହୁଏ ଧର୍ମମାସ କାର୍ତ୍ତିକ । ଏହି ମାସରେ ଲୋକମାନେ ନିଷ୍ଠାର ସହ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ମାସ ସାରା ଆମିଷ ବର୍ଜନ କରି ଶୁଦ୍ଧ ଶାକାହାରୀ ଖାଦ୍ୟକୁ ମହିଳାମାନେ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବା ସହ ସନ୍ଧ୍ୟାରେ ଆକାଶ ଦୀପ ଉଠାଇ ନୈବେଦ୍ୟ ଅର୍ପଣ କରିଥାନ୍ତି ।

କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଥାଏ ପ୍ରାତଃରୁ ଉଠି ମହିଳାମାନେ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ମୂଳରେ ରାଇଦାମୋଦର ପୂଜା କରିଥାନ୍ତି । କାର୍ତ୍ତିକରେ ତୁଳସୀ ପୂଜାର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ତୁଳସୀ ଚଉରା ମୂଳରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ ଧୂପ, ଦୀପ, ଅକ୍ଷତ ପ୍ରଦାନ ସ୍ୱରୂପ ହିବଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ଏ ଅବସରରେ ସୂର୍ଯ୍ୟପୂଜା ମଧ୍ୟ କରାଯାଏ ।

ଏହି ମାସରେ କାର୍ତ୍ତିକ ମାହାତ୍ମ୍ୟ ପଠନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ମହାପ୍ରଭୁ ରତ୍ନସିଂହାସନ ଉପରେ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷ୍ୟାଳିମାନେ ବ୍ରତ ଧାରଣ କରି ନିଷ୍ଠାର ସହ ପାଳନ କରିଥାନ୍ତି । ପୂର୍ଣ୍ଣିମାରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇ ଡଙ୍ଗା ଭସାଇ ବ୍ରତ ଶେଷ କରାଯାଏ ।

Get real time updates directly on you device, subscribe now.