NTET 2024: ଶିକ୍ଷକତାରେ କ୍ୟାରିୟର କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ ବିଳମ୍ବ, ଘୁଞ୍ଚିଲା ଆବେଦନ ତାରିଖ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପ୍ରଥମ ଥର ପାଇଁ ନ୍ୟାସନାଲ ଟିଚର ଏଣ୍ଟ୍ରାନ୍ସ ଟେଷ୍ଟ(NTET) ଆୟୋଜନ କରୁଛି । ବର୍ତ୍ତମାନ ଆବେଦନ କରିବାର ଶେଷ ତାରିଖରେ ବୃଦ୍ଧି କରାଯାଇଛି । ଶିକ୍ଷକତାରେ କ୍ୟାରିୟର ଗଢ଼ିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । କୌଣସି କାରଣ ବଶତଃ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ ପୁଣି ଥରେ NTAର ଅଫିସିଆଲ ୱେବସାଇଟ୍ exams.nta.ac.in/ NTETକୁ ଯାଇ ଆବେଦନ କରିପାରିବେ ।

ନ୍ୟାସନାଲ ଟିଚର ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ୨୨, ୨୦୨୪ ପର୍ଯ୍ୟନ୍ତ ଆବେଦନ ଫର୍ମ ପୁରଣ କରିପାରିବେ । ସେହିଭଳି ଅକ୍ଟୋବର ୨୪ ଏବଂ ୨୫ରେ ଆବେଦନରେ ସଂଶୋଧନ କରିପାରିବେ । ଏହି ତାରିଖରେ କରେକସନ୍ ୱିଣ୍ଡୋ ପ୍ରାର୍ଥୀଙ୍କ ପାଇଁ ଖୋଲା ରହିବ ।

କେଉଁମାନେ କରିପାରିବେ ଆବେଦନ ?

ଯେଉଁ ପ୍ରାର୍ଥୀମାନେ ଆୟୁର୍ବେଦ/Siddha/ୟୁନାନୀ/ ହୋମିଓପାଥି ରୁ BUMS/BSMS କିମ୍ବା MDଭଳି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ସେମାନେ ଏହି ପରୀକ୍ଷା ପାଇଁ ଯୋଗ୍ୟ । ଅଧିକ ସୂଚନା ପାଇଁ ପ୍ରାର୍ଥୀ ଜଣଙ୍କ ଅଫିସିଆଲ ନୋଟିଫିକେସନ୍ ଦେଖିପାରିବେ ।

କିପରି କରିବେ ଆବେଦନ

୧. ପ୍ରଥମେ ଅଫିସିଆଲ ୱେବସାଇଟ୍ ରଙ୍ଘବଜ୍ଞଗ୍ଦ.ଦ୍ଭଗ୍ଧବ.ବମ.ସଦ୍ଭ/ ଘଞଋଞକୁ ଯାଆନ୍ତୁ ।

୨. ହୋମ୍ ପେଜରେ ଲେଟେଷ୍ଟ ନୁ୍ୟଜରେ ରେଜିଷ୍ଟର/ ଲଗ୍ ଇନ୍ ଉପରେ କ୍ଲିକ୍ କରନ୍ତୁ ।

୩. ରେଜେିଷ୍ଟ୍ରସନ କରିବା ପରେ ଲଗ୍ ଇନ୍ ମାଧ୍ୟମରେ ବିବରଣୀ ଦେଇ କରି ଆବେଦନ ଫର୍ମ ପୁରଣ କରନ୍ତୁ ।

୪. ଶେଷରେ ନିର୍ଦ୍ଧାରିତ ଶୁଳ୍କ ପୈଠ କରନ୍ତୁ । ଏହା ପରେ ଫର୍ମର ଏକ ପ୍ରିଣ୍ଟ ଆଉଟ୍ ବାହାର କରନ୍ତୁ ।

Get real time updates directly on you device, subscribe now.