ଫୁଡ୍ ଡେଲିଭରି କର୍ମଚାରୀଙ୍କୁ ମିଳିବ ବୀମା ଏବଂ ପେନସନ୍ ସୁବିଧା, ବଡ଼ ଘୋଷଣା କରିପାରନ୍ତି ସରକାର

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟକ୍ତି ଅନଲାଇନ୍ ଫୁଡ୍ ଡେଲିଭରି କରୁଛନ୍ତି । ମାର୍କେଟରେ ମଧ୍ୟ ଛତୁ ଫୁଟିଲା ଭଳି ଅନେକ ଫୁଡ୍ ଡେଲିଭରି ସଂସ୍ଥା ପ୍ରତିଦ୍ୱନ୍ଦିତା ରେସରେ ସାମିଲ ହେଲେଣି । ଏଥିମଧ୍ୟରେ ଫୁଡ୍ ଡେଲିଭରି କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଦେବାକୁ ଯାଉଛନ୍ତି ସରକାର । ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ଏହା ସରକାରଙ୍କ ଏକ ନିଆରା ପଦକ୍ଷେପ ।

ଗୁରୁବାର କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଗିଗ୍ କର୍ମଚାରୀ ଏବଂ ପ୍ଲାଟଫର୍ମ ଆଧାରିତ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ବୀମା ଏବଂ ପେନସନ ସୁବିଧା ଲାଗୁ କରାଯିବା ନେଇ ଯୋଜନା କରୁଛନ୍ତି ବୋଲି କହିଥିଲେ । କିଛି ରାଜ୍ୟରେ ଗିଗ୍ ୱାର୍କର୍ସଙ୍କ ପାଇଁ ନିୟମ ରହିଛି । ଶ୍ରମ ମନ୍ତ୍ରୀଙ୍କ କହିବାନୁଯାୟୀ ଲେବର କୋଡ୍ ଲାଗୁ ହେବା ପର୍ଯ୍ୟନ୍ତ ଏହି କର୍ମଚାରୀଙ୍କୁ ସେମାନଙ୍କ ଅଧିକାରରୁ ଦୂରେଇ ରଖାଯାଇପାରିବନି । ବାସ୍ତବରେ ଗିଗ୍ ୱାକର୍ସ ହେଉଛନ୍ତି ଏଭଳି ବ୍ୟକ୍ତି ଯେଉଁମାନେ ସାଧାରଣତଃ ଅସ୍ଥାୟୀ ଚାକିରି କରିଥାନ୍ତି । ସେମାନେ ସ୍ୱାଧୀନ କଣ୍ଟ୍ରାକ୍ଟର କିମ୍ବା ଫ୍ରିଲାନ୍ସ ଭାବେ କାର୍ଯ୍ୟ କରିଥାନ୍ତି । ବିଶେଷ କଥା ହେଉଛି ଏଭଳି କର୍ମଚାରୀଙ୍କ ପାଖରେ କାମ କରିବା ପାଇଁ ଟାଇମ୍ ଫ୍ଲେକ୍ସିବିଲିଟି ସୁବିଧା ଉପଲବ୍ଧ । ଏମାନେ ପ୍ରୋଜେକ୍ଟ ଆଧାରିତ ଚାକିରି ମଧ୍ୟ କରିଥାନ୍ତି । ଦେଶରେ ୬୫ ଲକ୍ଷ ଗିଗ୍ ୱାର୍କର୍ସ ଥିବାବେଳେ ଏହି ସଂଖ୍ୟା ୨ କୋଟି ପାର୍ କରିପାରେ ବୋଲି ଘଓଞଓ ଆୟୋଗ ଅନୁମାନ କରିଛି । ତେଣୁ ଆସନ୍ତା ବର୍ଷ ଫେବୃଆରୀରେ ବଜେଟ୍ ପୂର୍ବରୁ ସୋସିଆଲ ସିକ୍ୟୁରିଟି ଫ୍ରେମୱାର୍କ ଲାଗୁ କରିବା ପ୍ରୟାସ ରିହବ ବୋଲି ଶ୍ରମ ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.