(Video) ଡରାଇଲାଣି ଦାନା! 22ରେ ବାତ୍ୟାର ରୂପ ନେବ ଲଘୁଚାପ, ଓଡିଶାର ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର(ଓଡିଶା ଭାସ୍କର): ସତ ହେବାକୁ ଯାଉଛି ଆକଳନ । ଓଡିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ଅକ୍ଟୋବର ମାସରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବା ମାତ୍ରେ ବାତ୍ୟା ଥନକା ଲାଗୁଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟଇ ଏହା ବାତ୍ୟାରେ ପରିଣତ ହେବା ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଜିଏଫଏସ ମଡେଲ ଆକଳନ କରିଛି । ତେବେ ଏହା କେଉଁ ଠାରେ ମାଡ ହେବ ସେନେଇ କୌଣସି ସଠିକ ଆକଳନ କରାଯାଇ ନଥିବା ବେଳେ କେତେକ ମଡେଲ ବାଲେଶ୍ବରରେ ହିଁ ଲ୍ୟାଣ୍ଡଫଲ କରିବା ନେଇ ଦାବି କରୁଛନ୍ତି । ଏହା ଉପରେ ସମସ୍ତେ ନଜର ରଖିଛନ୍ତି ।

ତେବେ ଦିଏଫଏସ ମଡେଲ ବ୍ୟତୀତ ସେଣ୍ଟର ଫର ମିଡିୟମ ରେଞ୍ଜ ଓ୍ବେଦର ଫରକାଷ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍, ମଡେଲ ଏହା ଉପରେ ଆକଳନ ଜାରି ରଖିଛି । ଆଗାମୀ 22 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ଏହା ବାତ୍ୟାର ରୂପ ନେବା ନେଇ ଆକଳନ କରାଯାଉଛି । କିନ୍ତୁ ଏହା ବାତ୍ୟାର ରୂପ ନେବା ନେଇ କୌଣସି ଆକଳନ କରାଯାଇ ନଥିବା ବେଳେ 22 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସ୍ପଷ୍ଟ କରାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପରବର୍ତ୍ତି ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଘନିଭୂତ ହେବ । ଏହାର ପ୍ରଭାବରେ ଆଗାମୀ 23 ତାରିଖ ବେଳକୁ ବର୍ଷା ଆରମ୍ଭ ହେବ ।

ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଅନୁମାନ କରିଛି । 24 ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ହୋଇପାରେ । ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ(ଜିଏଫଏସ୍‌)  ମଡେଲର ସଦ୍ୟ ଆକଳନ ଅନୁସାରେ, ୨୪  ତାରିଖରେ ପାରାଦୀପରୁ ବାଲେଶ୍ୱର ମଝିରେ ଓଡ଼ିଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା  ମାଡ଼ ହୋଇପାରେ । ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟା  କେନ୍ଦ୍ରସ୍ଥଳର ଚାପ ୯୪୪ ମିଲିବାର୍‌ ରହିବ । ଅତି  ଭୀଷଣ ବାତ୍ୟା(ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ)  ରୂପ ନେଇପାରେ । ୨୫ ତାରିଖରେ ମଧ୍ୟ ବାତ୍ୟାର  ପ୍ରଭାବ ରହିବ ।

Get real time updates directly on you device, subscribe now.