fbpx

ମହାପ୍ରଭୁଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୩ ।୭(ଓଡିଶା ଭାସ୍କର): ପୁରୀରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଆରମ୍ଭ ହୋଇଛି । ଶ୍ରୀବିଗ୍ରହମାନଙ୍କ ଅଧର ବା ଓଠ ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇଛି । ୩ ରଥରେ ୯ଟି ମାଟିପାତ୍ର ସଜ ବସିବ । ତା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣା ଲାଗି ହେବ । ତେବେ ୩ ରଥରେ ପୂଜାଚ୍ଚନା ପରେ ଭଙ୍ଗାଯାଇଥାଏ ପଣା ହାଣ୍ଡି । ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ଏହି ପଣା ପାଇଁ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି ଆସିଥାଏ । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।

Get real time updates directly on you device, subscribe now.