ମନ୍ଦିରରୁ ଫେରିବା ବେଳେ ନଦୀକୁ ଖସିଲା ଶ୍ରଦ୍ଧାଳୁଙ୍କ ବସ୍‌, ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ମୋହନକୋଲା ଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦେବୀପାଟନ ମନ୍ଦିରରୁ ଫେରୁଥିବା ସମୟରେ ନଦୀରେ ବସଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ହାରାହାରି ୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ଏବଂ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଏହି ବସରେ ଯାତ୍ରା କରୁଥିବା ଲୋକେ ମୁଣ୍ଡନ କାର୍ଯ୍ୟକ୍ରମରେ ଯାଇଥିଲେ ଏବଂ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବସରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା, ଯେଉଁ କାରଣରୁ ଦୁର୍ଘଟଣାର ଗଭୀରତା ବଢିଯାଇଛି।

ଏହି ଦୁର୍ଘଟଣାକୁ ନେଇ ସିଦ୍ଧାର୍ଥନଗର ଜିଲ୍ଲାଧିକାରୀ ଡା. ରାଜଗଣପତି ଆର. କହିଛନ୍ତି ଯେ, ଶାରଦା ନଦୀରେ ଖସିଥିବା ବସରେ ମୋହନ କୋଲା ଗାଁ ପାଖାପାଖି ୫୫ ଜଣ ଲୋକେ ଯାତ୍ରୀ ଥିଲେ। ଆଖପାଖ ଗାଁର ଲୋକେ ଏବଂ ପୋଲିସ ଟିମ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ଜଣ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏହି ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି।

Get real time updates directly on you device, subscribe now.