ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ପ୍ରଚୁର ସୁଯୋଗ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ବ୍ୟବସାୟ ଅନୁକୂଳ ପରିବେଶ ଯୋଗୁଁ ନିବେଶ ପାଇଁ ପ୍ରଚୁର ସୁଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଦେଶର ପୂର୍ବ ଉପକୂଳରେ ଓଡ଼ିଶାର ରଣନୈତିକ ଅବସ୍ଥିତି, ସୁଦୃଢ଼ ଭିତ୍ତିଭୂମି ଏବଂ ବିଶ୍ୱ ବଜାରର ଉପଲବ୍ଧତା ଏହାକୁ ଶିଳ୍ପସମୃଦ୍ଧ ରାଜ୍ୟ ଭାବରେ ପ୍ରତିପାଦନ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଶିଳ୍ପ ଉପଯୋଗୀ ଇକୋ ସିଷ୍ଟମ୍‍ର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଆହ୍ୱାନ ଦେଇଛନ୍ତି ।

ମୁମ୍ବାଇରେ ପୁଞ୍ଜିନିବେଶ ଆଧାରିତ ଏକ ରୋଡ୍‍ ଶୋ’ରେ ଅଂଶଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀଙ୍କ ସହ ବୈଠକରେ ଯୋଗ ଦେଇଥିଲେ । ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ବୈଠକରେ ଯୋଗଦେଇ ରାଜ୍ୟର ସମୃଦ୍ଧ ଐତିହ୍ୟ ଏବଂ ଆନୁଷଙ୍ଗିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ଭୁବନେଶ୍ୱରଠାରେ ଆସନ୍ତା ଜାନୁୟାରୀ ୨୮ ଏବଂ ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ‘ଉକ୍ରର୍ଷ ଓଡ଼ିଶା : ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍-୨୦୨୫’ରେ ଯୋଗଦେବାପାଇଁ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.