ପୁରୁଷଙ୍କ ପେଟରୁ ବାହାରିଲା ଆଉ ଏକ ମଣିଷ ଶିଶୁ, ଅସ୍ତ୍ରୋପଚାର ବେଳେ ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ମୁମ୍ବାଇ: ମହାରାଷ୍ଟ୍ରନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ ଥିଲେ। ହେଲେ ଟିକେ ବଡ଼ ହେବାପରେ ତାଙ୍କ ପେଟ ଅନ୍ୟ ପିଲାଙ୍କଠାରୁ କିଛିଟା ବଡ଼ ଦେଖାଗଲା। ସେତେବେଳେ ଏହାକୁ କେହି ନଜର ଦେଇ ନଥିଲେ। ହେଲେ ୨୦ ବର୍ଷ ବୟସର ହେବାବେଳକୁ ତାଙ୍କ ପେଟ ଅଧିକରୁ ଅଧିକ ବଡ଼ ହେବାକୁ ଲାଗିଲା। ବ୍ୟାକ୍‌ପେନ୍ ହେଲା। ହେଲେ କେବେ ପେଟରେ ଯନ୍ତ୍ରଣା ହେଉ ନ ଥିଲା। ୩୦ ବର୍ଷ ବୟସ ବେଳକୁ ତାଙ୍କ ପେଟ ଏତେ ବଡ଼ ହେଇଗଲା ଯେ, ଲୋକେ ତାଙ୍କୁ ଗର୍ଭବତୀ କହି ଚିଡାଇବାକୁ ଲାଗିଲେ। ଶେଷରେ ଏହି ପେଟ ପାଇଁ ସେ ଯେବେ ଅଣନିଃଶ୍ୱାସୀ ହେବାପରି ଅନୁଭବ କଲେ ପରିବାର ଲୋକେ ଚିନ୍ତାରେ ପଡିଗଲେ।

ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲେ। ପ୍ରଥମେ ଡାକ୍ତର ଭାବିଲେ ତାଙ୍କର ଟ୍ୟୁମର ସମସ୍ୟା ଅଛି। ତେଣୁ ଅସ୍ତ୍ରୋପଚାର କରାଗଲା ଟ୍ୟୁମର ବାହାର କରିବାକୁ। ହେଲେ ଯେବେ ପେଟ ଖୋଲାଗଲା ଡାକ୍ତର ଯାହା ଦେଖିଲେ ତାକୁ ବିଶ୍ୱାସ କରିପାରିଲେ ନାହିଁ। ତାଙ୍କ ପେଟ ଭିତରେ ଆଉ ଏକ ମଣିଷ ଛୁଆ ଥିଲା। ହାତ ପୂରେଇ ତାକୁ ବାହାର କରିବାବେଳେ ପ୍ରଥମେ ଗୋଟେ ଗୋଡ, ଏହାପରେ ଦ୍ୱିତୀୟ ଗୋଡ, ପରେ କେଶ, ହାତ ଭଳି ମଣିଷ ଶରୀରର ବିଭିନ୍ନ ଅଙ୍ଗ ବାହାରିଲା। ଡାକ୍ତରମାନେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଆମେ ଏଭଳି ଦୃଶ୍ୟ ଦେଖି ଚକିତ ଓ ଭୟଭୀତ ହୋଇଯାଇଥିଲୁ। ସଞ୍ଜୁ ଭଗତଙ୍କ ପେଟ ଭିତରେ ତାଙ୍କ ଯମଜ ଭାଇ ରହି ଯାଇଥିଲା।

ସଞ୍ଜୁ ବଡ଼ ହେବା ସହ ତାଙ୍କ ଯମଜ ଭାଇ ତାଙ୍କ ପେଟରେ ବଢୁଥିଲା। ଏଭଳି ସ୍ଥିତିକୁ ‘ଭାନିଶିଂ ଟ୍ୱିନ ସିଣ୍ଡ୍ରୋମ’ ଅବା ‘ଫୋଏଟସ୍‌? ଫେଟୁ’ କୁହାଯାଏ। ଯେଉଁଥିରେ ଯମଜ ଭ୍ରୂଣ ମଧ୍ୟରୁ ଗୋଟିଏ ଭ୍ରୁଣ ଅନ୍ୟ ଭ୍ରୂଣ ଭିତରକୁ ଚାଲିଆସେ। ଅର୍ଥାତ୍‌? ଭଗତଙ୍କ ଯମଜ ତାଙ୍କ ଶରୀର ଭିତରେ ରହିଯାଇଥିଲା। ଯାହାକୁ ସେ ଦୀର୍ଘ ୩୬ ବର୍ଷ ନିଜ ପେଟରେ ଧାରଣ କରିଥିଲେ। ଅସ୍ତ୍ରୋପଚାର ପରେ ଏବେ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି।

Get real time updates directly on you device, subscribe now.