ଆଦର ପୁନାୱାଲା ୧୦୦୦ କୋଟିରେ କିଣିବେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ଅଂଶୋଧନ

ନୂଆଦିଲ୍ଲୀ: କୋଭିଡ ଭ୍ୟାକ୍ସିନ ତିଆରି କରୁଥିବା ବହୁଚର୍ଚ୍ଚିତ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟର ମାଲିକ ଆଦର ପୁନାୱାଲା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୀରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସର କରଣ ଜୋହାରଙ୍କ ସହ ହାତ ମିଳାଇଛନ୍ତି। ଖବର ରହିଛି ଯେ, ଆଦର ପୁନାୱାଲାଙ୍କ କମ୍ପାନୀ ସିରୀନ ପ୍ରଡକ୍ସନ୍ସ ୧୦୦୦ କୋଟି ଟଙ୍କାରେ ଧର୍ମା ପ୍ରଡକ୍ସନ୍ସ ପ୍ରାଇଭେଟ ଲିମିଟେଡରେ ୫୦ ପ୍ରତିଶତ ଅଂଶ କିଣିବାକୁ ଯାଉଛନ୍ତି।

ରିପୋର୍ଟ ମୁତାବକ, ଏହି ଖବର ଆସିଛି ଯେ; କରଣ ଜୋହରଙ୍କ ପାଖରେ ଧର୍ମା ପ୍ରଡକ୍ସନ୍ସଙ୍କ ବାକି ୫୦ ପ୍ରତିଶତ ଅଂଶଧନ ରହିବ ଏବଂ ସେ କମ୍ପାନୀର ଏଗଜୁକୁଟିଭ ଚେୟାରମ୍ୟାନ ହେବାକୁ ଯାଉଛନ୍ତି। ଏଥିସହ ଅପୂର୍ବା ମେହତା କମ୍ପାନୀର ଚିଫ ଏଗଜୁକୁଟିଭ ଅଫିସର ଭାବେ କାର୍ଯ୍ୟ କରିବେ।

ଆଦର ପୁନାୱାଲାଙ୍କୁ ସବୁଠୁ ଅଧିକ ସୀରମ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଭାରତରେ କୋଭିଡ ଭ୍ୟାକ୍ସିନର ତିଆରି ପାଇଁ ଲୋକେ ଜାଣିଛନ୍ତି। କୋଭିଡ ସଂକଟକାଳରେ ଯେବେ ଦେଶରେ କୋଭିସିଲ୍ଡ ଜରିଆରେ ସମସ୍ତଙ୍କୁ ଭ୍ୟାକ୍ସିନ ଦିଆଗଲା, ସେହି ସମୟରୁ ଆଦର ପୁନାୱାଲା ଲାଇମଲାଇଟରେ ରହିଛନ୍ତି।
ଧର୍ମା ପ୍ରଡକ୍ସନ୍ସକୁ ୧୯୯୭ ମସିହାରେ ୟଶ ଜୋହର ଆରମ୍ଭ କରିଥିଲେ ଏବଂ ତାଙ୍କ ପରଲୋକ ପରେ ତାଙ୍କ ପୁଅ କରଣ ଜୋହର ୨୦୦୪ରେ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଫିଲ୍ମ ପ୍ରଡକ୍ସନ୍ସ କମ୍ପାନୀ

କଭି ଖୁସି କଭି ଗମ, ମାଇଁ ନେମ ଇଜ ଖାନ, କେସରୀ, ସିମ୍ବା, ଧଡକ, ୟେ ଜବାନୀ ହୈ ଦିବାନୀ, ଷ୍ଟୁଡେଣ୍ଟ ଅଫ ଦ ଇୟର ଭଳି ଅନେକ ଫିଲ୍ମର ପ୍ରଡ୍ୟୁସ କରିଛନ୍ତି, ଏଥିରେ ଅନେକ ଫିଲ୍ମ ବ୍ଲକବଷ୍ଟର ହିଟ ହୋଇଛି।

Get real time updates directly on you device, subscribe now.