Video: କିଚେନ୍‌ରେ ଡିସ୍କୋ ନାଚିବା ବେଳେ ଉପରେ ପଡ଼ିଲା ଗରମ ମ୍ୟାଗି, କଲବଲ ହୋଇ ତଳେ ଗଡ଼ିଲେ ଯୁବକ

ନୂଆଦିଲ୍ଲୀ: ପାଠକ ବନ୍ଧୁ ଏହି ଖବର ଟି ହୁଏତଃ ଆପଣଙ୍କୁ ବହୁତ ହସାଇ ପାରେ । ହସିବା ବି ସ୍ୱଭାବିକ କଥା, ଯେତେ ଥର ଦେଖିଲେ, ଯେଉଁ ପ୍ରକାରର ପରିସ୍ଥିତିରେ ଥିଲେ ବି ଆପଣ ନ ହସି ରହି ପାରିବେନି । ଆମର ଉଦେଶ୍ୟ ଆପଣଙ୍କୁ ହସାଇବା ନୁହେଁ ବରଂ ସଚେତନ କରିବା । ଏପରି ଅଘଟଣ କେବେ କାହା ସହ ନହେଉ । ଯେଉଥିରେ ଜୀବନ ପ୍ରତି ବିପଦ ରହିଥାଏ ।

ସେସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଭାଇରାଲ ହେଉଛି, ଭିଡିଓରେ ଜଣେ ଯୁବକ ଏକ କିଚେନ୍‌ରେ ମ୍ୟାଗି ତିଆରି କରୁଛନ୍ତି । ଆଉ ଠିକ୍ ସେହି ସମୟରେ ଆଉ ଜଣେ ଯୁବକ ତାଙ୍କ ପଛରେ କାନରେ ବ୍ଲୁଟୁଥ୍ ଦେଇ ଏକ ସଙ୍ଗୀତର ତାଳେ ତାଳେ ଡିସ୍କୋ ନାଚି ନାଚି ଖୁସି ମନରେ କିଚେନ୍ ତିଆରି ହେଉଥିବା ମ୍ୟାଗିକୁ ଗୋଳାଇବା ବେଳେ ତାଙ୍କର ନାଚିବା ଶୈଳିରେ ହଠାତ୍ ପ୍ୟାନ୍ ଟି ତାଙ୍କ ପିଠି ଉପରେ ଓଲଟି ପଡୁଛି, ତାଙ୍କ ଉପରେ ସବୁତକ ଗରମ ମ୍ୟାଗି ଢାଳି ହୋଇ ଯାଉଛି ।

ସେ ସହିଠାରେ ଛଟପଟ ହେଇ ତାଙ୍କ ବନ୍ଧୁଙ୍କ ନିକଟକୁ ଯାଇ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ହେଲେ ସେ ତାଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କୁ ମାଡ ମାରୁଛନ୍ତି । ଏବଂ ସେ ଯନ୍ତ୍ରଣାରେ କଲବଲ ହୋଇ ତଳେ ଗଡ଼ିଯାଉଛନ୍ତି । ଟିକେ ଭାବିଲେ ଏହା କେତେ ବିପଦପୂର୍ଣ୍ଣ ହୋଇପାରେ । ଭିଡିଓଟିକୁ ସେସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @aaris_786 ନାମତ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । 

Get real time updates directly on you device, subscribe now.