ଡିସକାଉଣ୍ଟରେ ଏଣ୍ଟ୍ରି ; BSEରେ କ୍ଷତି ସହିତ ହେଲା ଲିଷ୍ଚିଂ, ନିବେଶକ ନିରାଶ !

ନୂଆଦିଲ୍ଲୀ: ଦେଶର ବଡ କାର୍ କମ୍ପାନୀ ହୁଣ୍ଡାଇ ମଟୋର ଇଣ୍ଡିଆ ଲିମିଟେଡର ଆଇପିଓ ଆଜି ଷ୍ଟକ ଏକ୍ସଟେଞ୍ଜରେ ଲିଷ୍ଟିଂ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ରେ ଏହା 1960ରେ ଆରମ୍ଭ ହେବା ନେଇ ଆଶା କରାଯାଉଥିବା ବେଳେ 1.32 ପ୍ରତିଶତ ରିହାତିରେ ତାଲିକାଭୁକ୍ତ ହେବା ପରେ 1934 ଟଙ୍କା ସେୟାରରେ ଆରମ୍ଭ ହୋଇଛି । ଏହା ନିବେଶକଙ୍କୁ ଏକ ପ୍ରକାର ନିରାଶ କଲା ଭଳି ମନେହେଉଛି । NSEରେ ମଧ୍ୟ ଏହି ଆଇପିଓ କମାଲ କରିପାରିଲା ନାହିଁ । ଲିଷ୍ଟିଙ୍ଗ 1.33 ପ୍ରତିଶତ କମ୍ ହୋଇଛି । ହୁଣ୍ଡାଇ ଇଣ୍ଡିଆ ଆଇପିଓ ଜରିଆରେ ପ୍ରାୟ ୨୭,୮୭୦ କୋଟି ଟଙ୍କା ସଂଗ୍ରହ କରିବ। କମ୍ପାନିର ଯୋଗ୍ୟ କର୍ମଚାରୀମାନେ ସେୟାର ପିଛା ୧୮୬ ଟଙ୍କାର ରିହାତି ପାଇବେ ବୋଲି ଆଶା କରାଯାଉଥିଲେ ହେଁ ନିରାଶ ହେବାକୁ ପଡିଛି ।

ଏହି ଆଇପିଓର ଇସ୍ୟୁ ସାଇଜ 27 ହଜାର 870 କୋଟି ରହିଥିଲା । ଯେତେବେଳେ ଏହି ଆଇପିଓ ଖୋଲିଥିଲା ସେତେବେଳେ ଭଲ ରେନପୋନ୍ସ ମିଳିନଥିଲା । ସେତେବେଳେ ମାତ୍ର 18 ପ୍ରତିଶତ ପୂରଣ ହୋଇପାରିଥିଲା । କିନ୍ତୁ ତୃତୀୟ ଦିନରେ କିଛି ମାତ୍ରାରେ ବୃଦ୍ଧି ଦେଖାଯାଇଥିଲା । ଶେଷ ଦିନରେ 2.37 ଗୁଣ ସବସ୍କ୍ରାଇବ ହୋଇଥିଲା । ହୁଣ୍ଡାଇ ଆଇପିଓ ଏତେ ବଡ ରହିଥିଲେ ହେଁ ଅଧିକ ମାତ୍ରାରେ  ସବସ୍କ୍ରିପନ ମିଳିପାରିଲା ନାହିଁ ।

ଏହି ଆଇପିଓର ଗ୍ରେ ମାର୍କେଟରେ ଆରମ୍ଭ ହେବା ପରଠାରୁ ହିଁ ଭଲ ପ୍ରଦର୍ଶନ ମିଳିନଥିଲା । ଆଇପିଓ ଖୋଲିବା ପୂର୍ବରୁ ଏହାର ଜିଏମପି 45 ଟଙ୍କା ପର୍ଯ୍ୟନ୍ତ ଆସିଥିଲା । କିନ୍ତୁ ଆଇପିଓ ଯେଉଁଦିନ ଖୋଲିଥିଲା ସେତେବେଳେ ଜିଏମପି  ବୃଦ୍ଧି ପାଇ 63 ଟଙ୍କା ରହିଥିଲା । କିନ୍ତୁ ଏହା ପରଠାରୁ ଏଥିରେ ହ୍ରାସ ହିଁ ଦେଖାଯାଇଥିଲା । ଯେଉଁଦିନ ଆଇପିଓ ବନ୍ଦ ହୋଇଥିଲା, ସେହିଦିନ ଆଇପିଓ ଗ୍ରେ ମାର୍କେଟରେ ଡାଉନ ରହିଥିଲା । ଆଜି ଲିଷ୍ଟିଂ ପୂର୍ବରୁ ଗ୍ରେ ମାର୍କେଟରେ ଜିଏମପି 48 ଟଙ୍କା ରହିଥିଲା । ଏହାର 2.45 ପ୍ରତିଶତ ପ୍ରିମିୟମରେ ଲିଷ୍ଟ ହେବାର ଅନୁମାନ କରାଯାଉଥିଲା । ଯଦି ଦେଖିବା ଏହି ଆଇପିଓକୁ ନେଇ ସବୁଠାରୁ ଅଧିକ ଉତ୍ସାହ କ୍ବାଲିଫାଇଡ୍ ଇନଷ୍ଟଚ୍ୟୁଚନାଲ ବାୟର(QIB)ରେ ଦେଖାଯାଇଥିଲା । ଏହି ବର୍ଗରେ ଉପଲବ୍ଧ ସେୟାର ଅପେକ୍ଷା 6.97 ଗୁଣ ଅଧିକ ବିଡ୍ ରହିଥିଲା । ରିଟେଲ ନିବେଶକମାନେ 0.50 ପ୍ରତିଶତ ବିଡ୍ ଲଗାଇଥିଲେ । ନନ-ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର୍ସ(NII) 21212445 ସେୟାର ବିରୋଧରେ 86,72,251 ସେୟାର ପାଇଁ ବିଡ୍ ଲଗାଇଥିଲେ । ଯାହାକି 0.6 ପ୍ରତିଶତ ରହିଥିଲା ।

Get real time updates directly on you device, subscribe now.