ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ର ଧନୁଯାତ୍ରା ଏକ ବିଶ୍ୱପ୍ରସିଦ୍ଧି ଯାତ୍ରା ଭାବେ ସୁଖ୍ୟାତି ଲାଭ କରିଛି । ତେବେ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଜଣେ କଳାକାରଙ୍କୁ ନେଇ ଆସିଛି ଏକ ବଡ଼ ଖବର । କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ମହାପ୍ରୟାସ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ହୃଷିକେଶ ୩ ହଜାର ଟଙ୍କା ଆଣିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମର ରିପୋର୍ଟ ଆଧାରରେ ହୃଷିକେଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ଖବରରୁ ନେଇ ବରଗଡ଼ ସମେତ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ଶ୍ରୀ ଭୋଇ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଚରିତ୍ରରେ ଅଭିନୟ କରି ସାରା ଓଡ଼ିଶା ନୁହେଁ ବିଶ୍ୱରେ ବେଶ୍ ପରିଚିତ ହୋଇପାରିଥିଲେ । ୭୬ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜ କଂସ ଭୂମିକାରେ ଅଭିନୟ କରି ହୃଷିକେଶ ଭଗବାନ ଶ୍ରୀକୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ ସେଥିନେଇ ସେ କ୍ଷମାପ୍ରାର୍ଥନା କରିଥିଲେ । ନିଜର ପାପକ୍ଷୟ ପାଇଁ ସେ ମହୋଦଧିରେ ସ୍ନାନ କରିବା ସହ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ପ୍ରତିବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ପୁରୀ ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥାନ୍ତି ।

Get real time updates directly on you device, subscribe now.