ଓଡ଼ିଶାରେ ନିଯୁକ୍ତି: ମହାନଦୀ କୋଲଫିଲ୍ଡସ ଲିମିଟେଡ ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ଓଡ଼ିଶାର ଆଶାୟୀଙ୍କ ପାଇଁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ମହାନଦୀ କୋଲଫିଲ୍ଡସ ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ବିଭାଗରେ ସ୍ପେଶାଲିଷ୍ଟ ଭାବେ ମେଡିକାଲ କନସନଲାଣ୍ଟଙ୍କୁ ନିଯୁକ୍ତି ଦିଆଯିବ । ଜେନେରାଲ ଫିଜିସିଆନ, ଓଆଣ୍ଡଜି, ଅର୍ଥୋପୋଡିକ, ପେଡିଏଟ୍ରିକ, ରେଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ, ଡରମାଟୋଲୋଜିଷ୍ଟ, ପୁଲମୋନୋଲୋଜିଷ୍ଟ, ସାଇକିଆଟ୍ରିଷ୍ଟ ପଦରେ ନିଯୁକ୍ତି ଦିଆଯିବ । ମୋଟ ୨୧ଟି ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ୨୨ ତାରିଖ ପୂର୍ବରୁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ ।

ମେଡିକାଲ କନସଲଟାଣ୍ଟଙ୍କୁ କଣ୍ଟ୍ରାକ୍ଟ ପିରିୟଡ ମଧ୍ୟରେ ସପ୍ତାହକୁ ଦୁଇଥର ଅତିକମରେ ୩ ଘଣ୍ଟା ପାଇଁ ହସ୍ପିଟାଲ ପରିଦର୍ଶନ କରିବାକୁ ପଡ଼ିବ । ସକାଳ ଶିଫ୍ଟରେ ୩ ଘଣ୍ଟା ପାଇଁ ଗ୍ରହଣଯୋଗ୍ୟ ହେବ । ଏଥିପାଇଁ ପ୍ରାର୍ଥୀଙ୍କର ବୟସ ୭୦ ବର୍ଷରୁ ଅଧିକ ହୋଇନଥିବ । ପ୍ରାର୍ଥୀ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / କଲେଜରୁ ଏମବିବିଏସ କରିଥିବେ । ଏଥିସହିତ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ / ଡିଏନବି / ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା. ବିଡିଏସ ଗ୍ରହଣଯୋଗ୍ୟ ହେବ ନାହିଁ । ପ୍ରାର୍ଥୀଙ୍କୁ ପ୍ରତି ୩ ଘଣ୍ଟିଆ ସେସନ ପାଇଁ ୮ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ କୌଣସି ରହିବା ସୁବିଧା ପ୍ରଦାନ କରାଯିବ ନାହିଁ କି ଟିଏ / ଡିଏ ପ୍ରଦାନ କରାଯିବ ନାହିଁ ।

ଆବେଦନ ଲିଙ୍କ: https://www.mahanadicoal.in/OurPeople/MedicalRecruitment/index.php

ନୋଟିଫିକେସନ ଲିଙ୍କ: https://www.mahanadicoal.in/OurPeople/pdf/notification_medical_recruitment_18102024.pdf

Get real time updates directly on you device, subscribe now.