ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ପାଇବେ ମହିଳା କର୍ମଚାରୀମାନେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନୂଆ ନୂଆ ଘୋଷଣା କରୁଛନ୍ତି । ଗରିବ ଲୋକଙ୍କର ଆର୍ଥିକ ବିକାଶ ପାଇଁ ଅନେକ ନୂଆ ଯୋଜନା ଲାଗୁ କରାଯାଇଛି । ତେବେ ଏହା ମଧ୍ୟରେ ମହିଳା କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟର ମହିଳା କର୍ମଚାରୀମାନେ ପୂର୍ବାପେକ୍ଷା ଅଧିକ ଛୁଟି ପାଇବେ ।

ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା କର୍ମଚାରଙ୍କ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା କରାଯାଇଛି । ବର୍ତ୍ତମାନ ପ୍ରଚଳିତ ଥିବା ୧୦ ଦିନର ସାମୟିକ ଛୁଟି (ସିଏଲ) ଓ ୫ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି (ସ୍ପେଶାଲ ସିଏଲ) ସହିତ ମହିଳା କର୍ମଚାରୀମାନେ ଏହି ଅତିରିକ୍ତ ଛୁଟି ପାଇଷବ । ଏହି ୧୨ ଦିନର ଛୁଟି ସେମାନେ ପ୍ରତି ମାସରେ ଗୋଟିଏ ଦିନ ପାଇ ପାରିବେ । ମହିଳାମାନଙ୍କର ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି । ପୂର୍ବରୁ ମହିଳା କର୍ମଚାରୀଙ୍କ ପାଇଁ ୧୦ ଦିନ ଅତିରିକ୍ତ ସାମୟିକ ଛୁଟି ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ରାଜ୍ୟରେ ଅନେକ ମହିଳା କର୍ମଚାରୀ ବିଶେଷ ଭାବେ ଉପକୃତ ହେବେ ।

 

Get real time updates directly on you device, subscribe now.