OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ନଭେମ୍ବର ମାସରେ ହେବ ୫ଟି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ମାସ ମାସ ଓଡ଼ିଶା କର୍ମଚାରୀ ଚୟନ ଆୟୋ (ଓଏସଏସସି) ତରଫରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ତେଣୁ ଓଏସଏସସି ଦ୍ୱାରା ପରିଚାଳିତ ବିଭିନ୍ନ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ଖବର । ଆସନ୍ତା ମାସରେ କେଉଁ ସବୁ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ହେବ ତାହା ପ୍ରାର୍ଥୀମାନେ ଚେକ୍ କରିପାରିବେ । ଏନେଇ ଓଏସଏସସି ତରଫରୁ ଅଫିସିଆଲ ୱେବସାଇଟରେ ଏକ ଲିଷ୍ଟ ଜାରି କରାଯାଇଛି ।

ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା, ୨୦୨୩ର ଡକ୍ୟୁମେଣ୍ଟ ଯାଞ୍ଚ ହେବ । ନଭେମ୍ବର ୩ରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ସ୍ପେଶାଲିଷ୍ଟ ପଦ/ସେବା, ୨୦୨୩ର ପ୍ରିଲିମିନାରୀ ପରୀକ୍ଷା, ନଭେମ୍ବର ୧୭ରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଅଧିନରେ ଟ୍ରାଫିକ କନଷ୍ଟେବଳ ପ୍ରିଲିମିନାରୀ ପରୀକ୍ଷା, ନଭେମ୍ବର ମାସର ଦ୍ୱିତୀୟାର୍ଦ୍ଧରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର, ୨୦୨୪ (କେବଳ ଆଇଟିଆଇ) ପଦର ମୁଖ୍ୟ ଲିଖିତ ପରୀକ୍ଷା, ନଭେମ୍ବର ଦ୍ୱିତୀୟାର୍ଦ୍ଧରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ସ୍ପେଶାଲିଷ୍ଟ ପଦ/ସେବା, ୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

OSSC Recruitment Calendar