ଧନ୍ୱନ୍ତରୀ ପର୍ବ ପୂର୍ବରୁ ୮୦ ହଜାର ଟପିଲା ସୁନା ଦର, ୨ ହଜାର ଟଙ୍କା ବଢିଲା ରୂପା

ନୂଆଦିଲ୍ଲୀ: ଧନ୍ୱନ୍ତରୀ ପର୍ବ ଅବସରରେ ସୁନା କିମ୍ବା ରୂପା କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଦୋକାନରେ ଲମ୍ବା ଲାଇନ ଲାଗିଥାଏ। ଯେଉଁ ଭଳି ସୁନା ଏବଂ ଚାନ୍ଦିର ମୂଲ୍ୟ ବଢୁଛି, ଏହିଦିନ ସୁନା-ରୂପା କିଣିବାକୁ ଗ୍ରାହକଙ୍କ ସଂଖ୍ୟା କମି ନଯାଉ। ବର୍ତ୍ତମାନ ସୁନା ଏବଂ ରୂପା ଦର ବୃଦ୍ଧି ଦେଖିବାକୁ ମିଳୁଛି। କିଛି ଦିନ ତଳେ ସୁନା ଦର ୭୮ ହଜାର ଟଙ୍କାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା। ହେଲେ ବର୍ତ୍ତମାନ ତାହା ବଢି ୮୦ ହଜାର ଟଙ୍କା ହୋଇଛି। ସେହିପରି ରୂପା ଦର ମଧ୍ୟ କିଲୋଗ୍ରାମ ପିଛା ବୃଦ୍ଧି ପାଇବାରେ ଲାଗିଛି।

୨୩ ଅକ୍ଟୋବର ବୁଧବାର ଦିନ ରୂପା ମୂଲ୍ୟ ସିଧାସଳଖ ୨ ହଜାର ଟଙ୍କା ବୃଦ୍ଧି ପାଇଛି। କିଲୋଗ୍ରାମ ପିଛା ରୂପା ମୂଲ୍ୟ ୨ହଜାର ଟଙ୍କା ବଢି ୧,୦୨,୦୦ ଟଙ୍କା ପରିବର୍ତ୍ତେ ୧,୦୪,୦୦୦ଟଙ୍କାରେ ପହଞ୍ଚିଛି। ସୁନା ମୂଲ୍ୟ ମଧ୍ୟ ୮୦ ହଜାର ପାରି କରିଛି। ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୦ ହଜାର ୭୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହାର ଦର ୭୯ ହଜାର ୬୪୦ ଟଙ୍କା ଥିଲା। ୨୨ କ୍ୟାରେଟ ସୁନାର ମୂଲ୍ୟ ୭୩ ହଜାର ୪୦୦ ଟଙ୍କା ସ୍ଥାନରେ ୧୦ ଗ୍ରାମ ୭୩ ହଜାର ୪୦୦ ଟଙ୍କା ହୋଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ମୂଲ୍ୟ ୭୩ ହଜାର ୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୮୦,୨୨୦ ରେ କାରବାର ହେଉଛି। ସେହିପରି ମୁମ୍ବାଇରେ ୨୨ କ୍ୟାରେଟ ସୁନା ୭୩ ହଜାର ୪୦୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ଦର ୮୦,୦୭୦ ଟଙ୍କା ଅଛି। କୋଲକାତାରେ ୨୨ କ୍ୟାରେଟ ସୁନା ଦର ୭୩ ହଜାର ୪୦୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ଦର ୮୦ ହଜାର ୭୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱରରେ ଗତକାଲି ସୁନା ଦର ୧୦ ଗ୍ରାମ ପିଛା ୭୯ ହଜାର ୬୪୦ ଟଙ୍କା ଥିବା ବେଳେ ଆଜି ୪୩୦ ଟଙ୍କା ବଢି ୨୪ କ୍ୟାରେଟ ସୁନା ମୂଲ୍ୟ ୮୦ ହଜାର ୭୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୩ ହଜାର ୪୦୦ ଟଙ୍କା ଅଛି।