ବାତ୍ୟା ‘ଦାନା’ ପାଇଁ ବିମାନ ସେବା ବନ୍ଦ, ଜାଣନ୍ତୁ କେତେ ସମୟ 

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ୨୪ ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ।

ତେବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା ‘ଦାନା’ । ଏହା ବର୍ତ୍ତମାନ ପାରାଦୀପଠାରୁ ୪୨୦ କିମି ଓ ଧାମରାଠାରୁ ୪୫୦ କିମି ଦୂରରେ ରହିଛି । ଉତ୍ତରପଶ୍ଚିମ ଆଡକୁ ଗତି କରି ବାତ୍ୟା ଆହୁରି ଘନିଭୂତ ହେବ । ଆଜି ସକାଳ ଭୀଷଣ ବାତ୍ୟାର ରୂପ ନେବ ଏହି ଦାନା । ଏହା ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ।ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।