ଦହିବରା ଖାଇବା ସାଜିଲା କାଳ, ଝିଅକୁ ପିଟି ମାରିଦେଲା ସାବତ ମାଆ

ଖଣ୍ଡପଡ଼ା: ଦହିବରା ଖାଇବାରୁ ସାବତ ମାଆ ଝିଅକୁ ପିଟି ମାରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଫତେଗଡ଼ ଥାନା ବାଉଁଶବାଟି ପଞ୍ଚାୟତ ପୋଡ଼ାସାହିରେ ଘଟିଯାଇଛି ଏଭଳି ଏକ ଜଘନ୍ୟ କାଣ୍ଡ । ଜଣେ ୧୪ ବର୍ଷୀୟ ଝିଅକୁ ସାବତ ମାଆ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ପ୍ରମାଣ ନଷ୍ଟ କରିବା ପାଇଁ ଶବଦାହ କରିବାକୁ ଯିବା ସମୟରେ ପୋଲିସ ମହିଳା ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ପୋଲିସ ଶବ ଜବତ କରିବା ସହ ଅଭିଯୁକ୍ତ ସାବତ ମାଆଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।