Video: ସଂସ୍କୃତିର ସତ୍ୟାନାଶ, ଧର୍ମ ପ୍ରଚାର ନାଁ’ରେ ଅଙ୍ଗ ପ୍ରଦର୍ଶନ, ଅର୍ଦ୍ଧନଗ୍ନ ହୋଇ ଗଣେଶଙ୍କ ବେଶରେ ବୁଲିଲେ ଯୁବତୀ

ନୂଆଦିଲ୍ଲୀ: ଧର୍ମ ପ୍ରଚାର ନାଁରେ ଚାଲିଛି ଅଙ୍ଗ ପ୍ରଦର୍ଶନ। ଅର୍ଦ୍ଧନଗ୍ନ ହୋଇ ଗଣେଶଙ୍କ ବେଶରେ ନଗର ଭ୍ରମଣ କରିଲେ ଯୁବତୀ । ଯୁବପିଢ଼ି ଯେତିକି ଯେତିକି ଶିକ୍ଷିତ ହେଉଛନ୍ତି, ଆଧୁନିକତା ଆଳରେ ନିଜର ସଂକୃତି-ସସ୍କାରକୁ ସେତିକି ସେତିକି ଦୂରେଇଦେଲେଣି । ଏପରିକି ନିଜର ଗୁରୁଜନ ମାନଙ୍କୁ ମଧ୍ୟ ସମ୍ମାନ କରିବା ଭୁଲି ଗଲେଣି । ଏହାତ ଗଲା ସାମାଜିକ କଥା ।

ଅସଲ କଥା ହେଉଛି, କିଛି ଲୋକ ଧର୍ମକୁ ଲୋକ ଦେଖାଣିଆ ଆଳରେ ଦେଖେଇ ହେଉଛନ୍ତି । ପ୍ରସଂଶା ସାଉଁଟିବା ଆଳରେ ରିଲ୍ସ କରିବା ଓ ଫଟୋ ଉଠାଇବା ପାଇଁ ଦେବା-ଦେବୀଙ୍କୁ ବି ଅସମ୍ମାନ କରିବାକୁ ପଛାଉନାହାନ୍ତି । ନିକଟରେ ଏନେଇ ଅନେକ ଖବର ସାମ୍ନାକୁ ଅସିଛି । ହେଲେ ତାଠୁ ବି ଆଶ୍ଚର୍ଯ୍ୟ କଲା ଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମହିଳା, ପ୍ରଭୁ ଶ୍ରୀଗଣେଶଙ୍କ ବେଶ ଧାରଣ କରି ଏକ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବୁଲୁଛନ୍ତି । ହାତରେ ଏକ ପଦ୍ମଫୁଲ ବି ଧରିଛନ୍ତି । ହେଲେ ଲଜ୍ଜାର କଥା ହେଉଛି ସେ ବିଲକୁଲ ଅର୍ଦ୍ଧନଗ୍ନ ହୋଇଛନ୍ତି । ଏବଂ ସେଠାରେ ଉପସ୍ଥାତ ଲୋକମାନେ ତାଙ୍କର ଫଟୋ ଉଠାଉଛନ୍ତି ।

କହିବାକୁ ଗଲେ ଏହା ଏକ ଅଜବ ଦୃଶ୍ୟ ସୃଷ୍ଟି କରୁଛି । ଲାଗୁଛି ସତେ ଯେପରି ଗଣେଶଙ୍କୁ ତାତ୍ସଲ୍ୟ କରିବା ଭଳି ମନେହେଉଛି । ତେବେ ଏହା କେଉଁଠିକାର ଭିଡିଓ ତାହା ତ ଜଣା ପଡ଼ିନି । ଭିଡିଓଟିକୁ @inderjeetbarak ନାମକ ଏକ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଯାହାକୁ ଅନେକ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖାବାକୁ ମିଳୁଛି ।