(Video) ସାବଧାନ୍! ଅଶାନ୍ତ ସମୁଦ୍ର ଗର୍ଭରୁ ବାହାରୁଛନ୍ତି ଅଜବ ଜୀବ… ବାତ୍ୟା ସମୟରେ ଏ କି ସଙ୍କେତ?

ଓଡ଼ିଶା ଭାସ୍କର: ସ୍ଥଳଭାଗକୁ ଧୀରେ ଧୀରେ ପାଖେଇ ଆସୁଛି ବାତ୍ୟା ‘ଦାନା’ । ସ୍ଥଳଭାଗକୁ ଯେତେ ପାଖଉଛି, ସେତେ ବଢୁଛି ସମୁଦ୍ରର ଗର୍ଜନ ବୃଦ୍ଧି ପାଉଛି ପବନର ବେଗ । ଗର୍ଜୁଛି ସମୁଦ୍ର ଉଠି ଆସୁଛି ବଡ଼ ବଡ଼ ଜୁଆର । ସମୁଦ୍ର ଭିତରେ ବଳ ଗୋଟାଇ ଭୟଙ୍କର ହେଉଛି ବାତ୍ୟା ଦାନା । ଏହି ବାତ୍ୟା ସମୟରେ ଅଶାନ୍ତ ସମୁଦ୍ର ହଲଚଲ ହେଉଥିବା ବେଳେ ହଠାତ୍ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଲାଗିଲା ଅଜବ ଜୀବ । ଯାହାକୁ ଦେଖି ଭୟରେ ଦୌଡିଲେଣି ଲୋକେ ।

ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି । ବର୍ଷା ପବନ ସାଙ୍ଗକୁ କୂଳ ଲଙ୍ଘି ଜନବସତି ଆଡ଼କୁ ମାଡ଼ି ଆସୁଛି ବିରାଟ ଜୁଆର । କମୁଛି ବାତ୍ୟାରେ ଦୂରତା ବଢୁଛି ଲୋକଙ୍କ ଚିନ୍ତା । ଗୋଟିଏ ପଟେ ବାତ୍ୟା ଆତଙ୍କରେ ପୁରା ଓଡିଶାବାସୀ ଆତଙ୍କିତ ଥିବା ବେଳେ ସମୁଦ୍ରରୁ ବାହାରି ଆସୁଛନ୍ତି ଅଜଣା ଅଚିହ୍ନା ଜୀବ । ସମୁଦ୍ର ଏବେ ଧିରେ ଧିରେ କୂଳ ଲଙ୍ଘିବା ଆରମ୍ଭ କରି ସାରିଲାଣି । ପାରାଦୀପ, ଧାମରା ଆଦି ସ୍ଥାନରେ ସମୁଦ୍ର ପାଣି ଜନବସତି ଆଡ଼କୁ ଆଗେଇ ଆସିବା ସହିତ ଲୁଣିପାଣିରେ ଭାସି ଆସୁଛନ୍ତି ଏଭଳି ଅଜବ ପ୍ରଜାତିର ଜୀବ । ଏଭଳି ଅଜବ ଜୀବଙ୍କୁ ଦେଖି ଲୋକଙ୍କ ଛାତିରେ ଛନକା ପଶିଲାଣି । କୋଣାର୍କ ଚନ୍ଦ୍ରଭାଗା କୂଳରେ ଏହି ଜୀବକୁ ଦେଖାଯାଇଛି । ତେବେ ଏହା କେଉଁ ପ୍ରକାରର ଜୀବ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କିନ୍ତୁ ବାତ୍ୟା ଭୟ ଭିତରେ ଏହି ଜୀବ ଏବେ ଭୟକୁ ଆଉ ଟିକିଏ ବଢାଇ ଦେଇଛି ।

ଏଭଳି ଅଜବ ପ୍ରାଣୀ ଯଦି ସମୁଦ୍ର ଭିତରୁ ମାଳ ମାଳ ହୋଇ ମାଡି ଆସନ୍ତି ତେବେ ଲୋକଙ୍କ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ ଉଠିଛି । ଚନ୍ଦ୍ରଭାଗା କୂଳରୁ ଦେଖାଯାଇଥିବା ଏହି ଜୀବଟି ଏକ ସାମୁଦ୍ରିକ ଝିଙ୍କ ପରି ଦେଖାଯାଉଛି । ବାତ୍ୟା ସମୟରେ ସମୁଦ୍ର ଗର୍ଭରେ ଥିବା ଅଜବ ଜୀବଙ୍କ ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଏ । ଏଭଳି ଜୀବଟି ଦେଖିବାକୁ ସ୍ଥଳ ଭାଗରେ ବଶବାସ କରୁଥିବା ଝିଙ୍କ ପରି ଦୃଶ୍ୟମାନ ହେଉଛି । ଅନ୍ୟପଟେ ବାତ୍ୟା ‘ଦାନା’ ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର । ଓଡ଼ିଶା ଊପକୂଳରେ ଉଚ୍ଚ ଜୁଆର ଆସିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ସମୁଦ୍ର କୂଳଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ ।