ବାତ୍ୟା ଆଶଙ୍କା ମଧ୍ୟରେ ଚାକିରି ଆଶାୟୀ ଖୁସି: କନଷ୍ଟେବଳ / ସିପାହୀ ପଦ ସଂଖ୍ୟା ୨୦୮୦କୁ ବୃଦ୍ଧି ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ରାଜ୍ୟବାସୀ ଆଶଙ୍କା ମଧ୍ୟର ରହିଥିବା ବେଳେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ମଧ୍ୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ପୋଲିସରେ କନଷ୍ଟେବଳ / ସିପାହୀ ନିଯୁକ୍ତିକୁ ନେଇ ଜାରି ହୋଇଛି ଏକ ନୂଆ ଅପଡେଟ୍ । ସିପାହୀ / କନଷ୍ଟେବଳ ପଦ ସଂଖ୍ୟା ପୂର୍ବରୁ ୧୩୬୦ ରହିଥିବା ଏବେ ତାହା ବୃଦ୍ଧି ପାଇଛି । ଏବେ ଆଉ ୭୨୦ଟି ପଦ ସଂଖ୍ୟା ଯୋଡ଼ି ହେବା ଫଳରେ ମୋଟ ପଦ ସଂଖ୍ୟା ୨୦୮୦ରେ ପହଞ୍ଚି ଯାଇଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମୋଟ ୧୩୬୦ଟି ସିପାହୀ / କନଷ୍ଟେବଳ ନିଯୁକ୍ତି ପାଇଁ ସେପ୍ଟେମ୍ବର ୨୩ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଅକ୍ଟୋବର ୨୩ ତାରିଖ ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପଦ ପାଇଁ ୧୮ରୁ ୨୩ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ ।

ଲିଙ୍କ: https://opolice.cbexams.com/pdf/AddendumNo.04-SSB,dt.23.10.2024.pdf