ସାମ୍ନାକୁ ଆସିଲା ‘ଡିଜିଟାଲ ଆରେଷ୍ଟ’ର ଏକ ଲାଇଭ୍ ଭିଡିଓ: ଲୋକଙ୍କ ସହ କିପରି ମେଣ୍ଟାଲ ଗେମ୍ ଖେଳିଥାନ୍ତି ସ୍କାମର୍ସ

ନୂଆଦିଲ୍ଲୀ: ‘ଡିଜିଟାଲ ଆରେଷ୍ଟ’କୁ ନେଇ ଅନେକ ମାମଲା ଆପଣମାନେ ଶୁଣିଥିେବେ । ନକଲୀ ସିମ କାର୍ଡ, କ୍ରେଡିଟ କାର୍ଡଓ ପାର୍ସ ଜରିଆରେ ସ୍କାମର୍ସ ଏହା ଆରମ୍ଭ କରି ପରବର୍ତ୍ତୀ ସମୟରେ ଆପଣଙ୍କୁ ଫୋନରେ ହିଁ ପୋଲିସ ଓ କୋର୍ଟ ପର୍ଯ୍ୟନ୍ତ ନେଇଯାଇଥାନ୍ତି । ତେବେ ଏହା ମଧ୍ୟରେ ସ୍କାମର୍ସଙ୍କ ସମ୍ପୂର୍ଣ୍ଣ ପ୍ଲାନିଂର ଏକ ଭିଡିଓ ସାମ୍ନାକୁ ଆସିଛି । ସ୍କାମର୍ସ ପ୍ରକୃତରେ ଜଣଙ୍କୁ କିପରି ଫସାଇଥାନ୍ତି ତାହା ଆପଣମାନେ ଏହି ଭିଡିଓରୁ ଭଲ ଭାବେ ବୁଝି ପାରିବେ । ଫ୍ରଡମାନେ ଲୋକଙ୍କ ଆଧାର କାର୍ଡ ମିସ୍ ୟୁଜ୍ କରି, ନକଲି ନମ୍ବର ବ୍ୟବହାର କରି, ଧମକାଇ ଡିଜିଟାଲ ଆରେଷ୍ଟ କରିଥାନ୍ତି ।

ଡିଜିଟାଲ ଆରେଷ୍ଟ ମାମଲାରେ ସ୍କାମର୍ସ ନକଲି ପୋଲିସ ହୋଇ ଶୁଣାଣି ମଧ୍ୟ କରିଥାନ୍ତି । ଏଥିସହିତ ଗିରଫଦାରୀ ଭୟ ଦେଖାଇ ଲୋକଙ୍କୁ ଫସାଇବାକୁ ପ୍ରୟାସ କରିଥାନ୍ତି । ଏହି ସମ୍ପୂର୍ଣ୍ଣ ଘଟଣାକୁ ଜଣେ ଯୁବକ ରେକର୍ଡ କରିବା ସହ ତାହାକୁ ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ । ବିଜୟ ପଟେଲ ନାମକ ଜଣେ ଯୁବକଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଠକମାନେ ବିଜୟଙ୍କୁ ଆଗାମୀ ୪ ଘଣ୍ଟା ମଧ୍ୟରେ ବ୍ଲକ କରିଦେବେ ବୋଲି ଧମକ ଦେଇଥିଲେ । ଭାରତୀୟ ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ନାମରେ ସ୍କାମର୍ସ ବିଜୟଙ୍କୁ କଲ୍ କରିଥିଲେ । ୧୨ ଘଣ୍ଟା ମଧ୍ୟରେ ବିଜୟଙ୍କୁ ଉତ୍ତରପ୍ରଦେଶର ଲକ୍ଷେ୍ନø ପୋଲିସ ଷ୍ଟେସନରେ ପହଞ୍ଚିବାକୁ ସେମାନେ କହିଥିଲେ । ସେହି ସମୟରେ ବିଜୟଙ୍କୁ ଠକମାନେ ହ୍ୱାଟସଆପ ଭିଡିଓ କଲରେ ଷ୍ଟେଟମେଣ୍ଟ ରେଜିଷ୍ଟର କରିବାକୁ ମଧ୍ୟ ବିକଳ୍ପ ଦେଇଥିଲେ । ମାତ୍ର ସାଧାରଣ ଯୁବକଙ୍କ ପରି ବିଜୟ ଅନ୍ୟ ବିକଳ୍ପ ବାଛିଥିଲେ ।

ଉକ୍ତ କଲରେ ଜଣେ ଯୁବକ ପୋଲିସ ୟୁନିଫର୍ମରେ ରହିଥିଲେ । ତାଙ୍କ ପଛପଟର ଦୃଶ୍ୟ କୌଣସି ପୋଲିସ ଅଧିକାରୀଙ୍କ ଅଫିସ ପରି ଦୃଶ୍ୟମାନ ହେଉଥିଲା । ବିଜୟଙ୍କ ସହ କିଏ ଅଛି ନା ତାହା ଜାଣିବା ପାଇଁ ତାଙ୍କୁ ୩୬୦ ଡିଗ୍ରୀ ବୁଲିବାକୁ କୁହାଯାଇଥିଲା । ଏହାପରେ ବିଜୟଙ୍କ ଆଧାର କାର୍ଡ ଇନକ୍ୱାରୀ ହୋଇଥିଲା । ଏହାପରେ ସ୍କାମର୍ସ ବିଜୟଙ୍କୁ ହ୍ୱାଟସଆପରେ ସୁପ୍ରିମକୋର୍ଟ ନାମରେ ଏକ ଡକ୍ୟୁମେଣ୍ଟ ପଠାଇଥିଲେ । ଫଳରେ ମାମଲାଟି ଆହୁରି ଗମ୍ଭୀର ମନେହୋଇଥିଲା । ତା’ପରେ ନକଲି ପୋଲିସ ବିଜୟଙ୍କ ବିଷୟରେ ୱାକି-ଟକିରେ ଫର୍ଜି ପୋଲିସ ମୁଖ୍ୟାଳୟ ସହ ଯୋଗାଯୋଗ କରିଥିଲେ । ତା’ପରେ ଠକମାନେ ବିଜୟଙ୍କୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଥିଲେ । ଏହାପରେ ଠକମାନେ ବିଜୟଙ୍କୁ ଅର୍ଥ ଟ୍ରାନ୍ସଫର କରିବାକୁ କହିଥିଲେ ଓ ତା’ପରେ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ ହେବାର ସାର୍ଟିଫିକେଟ ମିଳିବ ବୋଲି କହିଥିଲେ । ତେଣୁ ଏଠାରେ ଜନସାଧାରଣ ଏକ ବଡ଼ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି । ବିଜୟ ଯେପରି ସ୍କାମର୍ସଙ୍କ ବିଷୟରେ ଜାଣିପାରିଲେ, ସେହିପରି ଲୋକମାନେ ଏନେଇ ଅତ୍ୟନ୍ତ ସତର୍କ ରହିବା ଉଚିତ ଓ ସ୍କାମର୍ସଙ୍କ ସହ କୌଣସି ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ଅନୁଚିତ ।