ଜମ୍ମୁ କଶ୍ମୀରରେ ପୁଣି ବଡ଼ ଅଘଟଣ: ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ଆର୍ମି ଗାଡ଼ିରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପୁଣି ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଜମ୍ମୁ କଶ୍ମୀରର ଗୁଲମାର୍ଗ ଠାରେ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) ନିକଟରେ ଏହି ଅଘଟଣ ଘଯିଥିଲା । ଗୁଲମାର୍ଗର ବୋଟାପାଥ୍ରୀର ନାଗିନ ଏରିଆରେ ଆତଙ୍କବାଦୀମାନେ ଆର୍ମି ଯାନ ଉପରକୁ ଆଟାକ୍ କରିଥିଲେ । ୧୮ ଆସାମ ରାଇଫଲ୍ସ (ଏସଏସ) ଯାନରେ ଯବାନମାନେ ଭୋଟାପାଥ୍ରିକୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ଆର୍ମି ଗାଡ଼ିରେ ନିଆଁ ଲାଗି ଯାଇଥିଲା । ସୂଚନାଯୋଗ୍ୟ ଯେ, ନିକଟରେ ଯବାନ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁରେ ଅନେକ ଯବାନ ଓ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।