November ପହିଲାରୁ Mobileକୁ ଆସିବନି OTP: ଚେତାବନୀ ଦେଉଛନ୍ତି ଟେଲିକମ୍ କମ୍ପାନୀ, କାହିଁକି?

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ଗୁଡ଼ିକ ତରଫରୁ ଦିଆଯାଉଛି ବଡ଼ ଚେତାବନୀ । ଆସନ୍ତା ନଭେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ ବୋଲି କହୁଛନ୍ତି କମ୍ପାନୀ । ଏହି ଦିନରୁ ଟ୍ରାଇ ଦ୍ୱାରା ଲାଗୁ ହେବାକୁ ଥିବା ନୂଆ ନିୟମକୁ ନେଇ ବିଭିନ୍ନ ଟେଲିକମ୍ କମ୍ପାନୀ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ନୂଆ ନିୟମ ଅନୁସାରେ ଇ-କମର୍ସ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଦ୍ୱାରା ପଠାଯାଇଥିବା ଟ୍ରାଞ୍ଜାକ୍ସନାଲ ଏବଂ ସର୍ଭିସ ମେସେଜର ଟ୍ରେସବିଲିଟି ଅନିବାର୍ଯ୍ୟକରି ଦିଆଯାଇଛି । ଯଦି ମେସେଜ ପଠାଇବା ଚେନରେ କୌଣସି ସମସ୍ୟା ଦେଖାଦିଏ, ତେବେ ଏହି ମେସେଜକୁ ବ୍ଲକ କରି ଦିଆଯିବ । ତେବେ ଏହି ନିୟମକୁ ପାଳନ କରିବା ପାଇଁ ଅନେକ ପ୍ରମୁଖ ସଂସ୍ଥା ଏବଂ ଟେଲିମାର୍କେଟର୍ସ ପ୍ରସ୍ତୁତ ନଥିବା କହିଛନ୍ତି ଟେଲିକମ୍ କମ୍ପାନୀ । ତେଣୁ ଓଟିପି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେସେଜ ମୋବାଇଲକୁ ଆସିବାରେ ସମସ୍ୟା ଦେଖା ଦେଇପାରେ ।

ଦେଶରେ ପ୍ରତ୍ୟେକ ଦିନ ପ୍ରାୟ ୧.୫-୧.୭ ଆରବ କମର୍ସିଆଲ ମେସେଜ ପଠାଯାଇଥାଏ । ତେଣୁ ଏହି ନିୟମ ଅନୁସାରେ ମେସେଜ ଡେଲିଭର ହେବାରେ ବିଳ୍ୱ କିମ୍ବା ବାଧା ସୃଷ୍ଟି ହୋଇପାରେ । ଟେଲିକମ୍ କମ୍ପାନୀ ଏହି ନିୟମକୁ ପର୍ଯ୍ୟାୟକ୍ରମେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ନଭେମ୍ବର ୧ ତାରିଖରୁ ‘ଲଗର ସ୍କ୍ୱାଡ’ରେ ନିୟମ ଲାଗୁ କରାଯାଇଛି । ଏହାଦ୍ୱାରା ସମସ୍ୟା ଚିହ୍ନଟ ହେବା ସହିତ ଏହାକୁ ସମାଧାନ କରାଯାଇପାରେ । ତେବେ ଡିସେମ୍ବର ୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ‘ବ୍ଲକିଙଗ ମୋଡ୍’ରେ ଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି ।

ଏକ ରିପୋର୍ଟ ଅନୁସାରେ, ଅଗଷ୍ଟରେ ଟ୍ରାଇ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ପଠାଯାଇଥିବା ମେସେଜକୁ ଟ୍ରାକ କରିବା ଉଚିତ । ଯଦି ମେସେଜ ପଠାଇବା ପ୍ରକ୍ରିୟାରେ ସାମିଲ ଟେଲିମାର୍କେଟର୍ସଙ୍କ ସମ୍ପୂର୍ଣ୍ଣ ଚେନ୍ ସଠିକ ଭାବରେ ରହିନଥାଏ, ଏହି ମେସେଜକୁ ରଦ୍ଦ କରି ଦିଆଯାଇପାରେ ।

ଟେଲିକମ୍ କମ୍ପାନୀଗୁଡିକ ଟ୍ରାଇକୁ ସୂଚନା ଦେଇଛନ୍ତି ଯେ, ନଭେମ୍ବର ୧ ରୁ ଲାଗୁ ହେବାକୁ ଥିବା ନୂତନ ନିୟମ ମାନିବାକୁ ସେମାନଙ୍କ ସିଷ୍ଟମ ପ୍ରସ୍ତୁତ, କିନ୍ତୁ ଆବଶ୍ୟକ ବୈଷୟିକ ଅଦ୍ୟତନ ପାଇଁ ଅନେକ ଟେଲି ମାର୍କେଟର ଏବଂ ପ୍ରମୁଖ ଅନୁଷ୍ଠାନ (ପିଇ) ଅଧିକ ସମୟ ଆବଶ୍ୟକ କରନ୍ତି । ଏହି କାରଣରୁ, ପିଇ ଗୁଡିକ ସେମାନଙ୍କର ପ୍ରସ୍ତୁତି ଶେଷ କରିବାକୁ ସମୟସୀମାକୁ ଦୁଇମାସ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଯଦି ଏହି ସମୟ ମଞ୍ଜୁର ହୁଏ, ସମସ୍ତ ଟେଲି ମାର୍କେଟର ଏବଂ ପିଇ ଗୁଡିକ ଆବଶ୍ୟକ ବୈଷୟିକ ପରିବର୍ତ୍ତନ କରିବେ ଏବଂ ବାର୍ତ୍ତା ବିତରଣରେ କୌଣସି ବ୍ୟାଘାତ ହେବ ନାହିଁ ।