(Video) ବାତ୍ୟା ଅପେକ୍ଷା ବେଶୀ ଡରାଉଛି ସମୁଦ୍ର ଗର୍ଜନ: ଲ୍ୟାଣ୍ଡଫଲ ପରେ ବାତ୍ୟା ଦେଖାଇଲା କରାଳ ରୂପ, ମାଡ଼ିଗଲା ଜୁଆର

କେନ୍ଦ୍ରାପଡ଼ା: ବାତ୍ୟା ‘ଦାନା’ ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ଆରମ୍ଭ ହୋଇଯାଇଛି । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିବା ସୂଚନା ମିଳିଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି ସକାଳ ୫ଟା ପର‌୍ୟ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ଭିତରକନିକା ଧାମରା ମଧ୍ୟରେ ଦାନା ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’ । ଏହି ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ‘ଦାନା’ ପ୍ରଭାବରେ ସମୁଦ୍ର ଭୟଙ୍କର ଗର୍ଜନ କରି ଜନବସତି ଆଡ଼କୁ ମାଡ଼ିଆସିଛି ।

ବାତ୍ୟା ଦାନାର ଲ୍ୟାଣ୍ଡଫଲ ପରେ ସମୁଦ୍ର ଗର୍ଜନ ଏବେ ଲୋକଙ୍କ ହୃଦୟର ସ୍ପନ୍ଦନକୁ ବଢାଇ ଦେଉଛି । ଗୋଟିଏ ପଟେ ପ୍ରଳୟଙ୍କରୀ ବାତ୍ୟା ‘ଦାନା’ ଗର୍ଜନ କରୁଥିବା ବେଳେ ଏପଟେ ଲୋକଙ୍କୁ ଆହୁରି ଛାନିଆ କଲାଣି ସମୁଦ୍ରର ଗର୍ଜନ। କେଉଁଠି କୂଳ ଲଙ୍ଘି ସମୁଦ୍ର ପାଣି ପଶି ଆସିଲାଣି ତ ଆଉ କେଉଁଠି ସମୁଦ୍ରର ଶବ୍ଦ ହିଁ ଶୁଣି ଲୋକଙ୍କ ଛାତିରୁ ଅତଡା ଖସିଲାଣି। ପ୍ରତିଟି ସେକେଣ୍ଡ ଲୋକେ ଭୟରେ କାଟୁଛନ୍ତି। ପ୍ରତିଟି ଦୃଶ୍ୟ ମନେ ପକାଇ ଦେଉଛି ୨୫ ବର୍ଷ ତଳର ମହାପ୍ରଳୟ । ଏପଟେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଲୋକଙ୍କ ହାଲ ବେହାଲ।

ଭିତରକନିକାରେ କୂଳ ଲଙ୍ଗିଛି ସମୁଦ୍ରର ଲୁଣିପାଣି ।ପ୍ରବଳ ବର୍ଷା ସାଙ୍ଗକୁ ଉଚ୍ଚ ଜୁଆରକୁ ରୋକିବାରେ ଅସମର୍ଥ ହୋଇଛି ସମୁଦ୍ର ମୁହାଣ । ଫଳରେ ବାତ୍ୟା ନିଜ ସୀମା ଅତିକ୍ରମ କରି ଭିତରକନିକା ଭିତରକୁ ପ୍ରବେଶ କରିଛି । ପ୍ରବଳ ପବନ ବହିବା ସାଙ୍ଗକୁ ବର୍ଷା ପରେ ସମୁଦ୍ର ନିଜ କରାଳ ରୂପ ଦେଖାଇଛି । ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ପବନ ବହୁଥିବା ବେଳେ ବର୍ଷା ମଧ୍ୟ ଲାଗି ରହିଛି । ତେବେ ଏହି ପବନର ପ୍ରଭାବରେ ଭିତରକନିକାରେ ବଡ଼ ବଡ଼ ଜୁଆର ଉଠିଛି । ପ୍ରାୟ ୧ ମିଟର ଉଚ୍ଚ ଜୁଆର ଉଠି ସମୁଦ୍ର ପାଣି ଭିତରକନିକା ଅଞ୍ଚଳ ଭିତରକୁ ମାଡ଼ି ଯାଇଛି । ଫଳରେ ଲୁଣିପାଣି ଘେରରେ ରହିଛି ଭିତରକନିକା ଉପକୂଳ ।

ଗଛ ପତ୍ର ମୋଡ଼ି ତଳେ ପକାଉଛି ବାତ୍ୟା । ଉଡ଼ିଗଲାଣି ଚାଳ ଛପକର ଘର । ବାତ୍ୟାରା କରାଳ ରୁପ ଦେଖିବାକୁ ମଳିଛି । ଯେଉଁ ବାତ୍ୟା ଦାନାକୁ ଆଗରୁ। ଆକଳନ କରି କୁହାଯାଉଥିଲା ଭଙ୍କର ସ୍ତିତି ଉପୁଜିପାରେ ଏବେ ସେମିତି କିଛି ଦେଖିବାକୁ ମଳିଛି । ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ଦାନା ଆଉ ପ୍ରବଳ ବେଗରେ ବହୁଛି ପବନ । ଏହି ବାତ୍ୟା ଏବେ ଆଖ ପାଖ ଜିଲ୍ଲାରେ ବନ୍ୟା ପରିସ୍ତିତି ସୃଷ୍ଟି କରିଦେବ । ଯେଉଁ ବିପଦକୁ ନେଇ ସମସ୍ତେ ଆଶଙ୍କା କରିଥିଲେ । ସେମିତି ବିପଦ ଏବେ ମାଡ଼ିଆସିଲା। ସମୁଦ୍ର ବି ଲୋକଙ୍କ ଉପରେ ଦାଉ ସାଧିଛି। ଆଉ ତା ଭିତରେ କେନ୍ଦ୍ରାପଡାରେ କୁମ୍ଭୀର ଭୟ। ସତରେ ଏ ଦୃଶ୍ୟ ଦେଖିଲେ ଯେ କେହି ବି ଛାନିଆ ହେବ।