ଶାହରୁଖ ଖାନରୁ ଦୀପିକା ପର୍ଯ୍ୟନ୍ତ…ପ୍ରାଇଭେଟ୍ ଫଙ୍କସନରେ ନାଚିବା ପାଇଁ କେତେ ଚାର୍ଜ କରିଥାନ୍ତି ବଲିଉଡ୍ ସେଲିବ୍ରିଟି

ମୁମ୍ବାଇ: ସ୍ୱପ୍ନର ସହର ମୁମ୍ବାଇ । ଅନେକ ବ୍ୟକ୍ତି ଏଠାକୁ କଳାକାର ହେବାର ସ୍ୱପ ନେଇ ଆସିଥାନ୍ତି । ଏଠି ରାତାରାତି କାହାର ସ୍ୱପ୍ନ ପୁରା ହୁଏ ତ ଆଉ କେତେବେଳେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ବ୍ୟକ୍ତି ଜଣଙ୍କ ନିରାଶ ହୋଇଥାନ୍ତି । କିନ୍ତୁ ଏଭଳି କିଛି ବଲିଉଡ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ଅଭିନୟ ତଥା ଡାନ୍ସ ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଏହି ତାଲିକାରେ ଶାହରୁଖ ଖାନ୍, ହ୍ରିତିକ ରୋଶନ୍, ରଣବୀର କପୁର ସଲମାନ ଖାନ୍, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଇତ୍ୟାଦି ବଲିଉଡ ସେଲିବ୍ରିଟି ସାମିଲ ଅଛନ୍ତି ।

ଆଜିକାଲି ଦେଶରେ ଅନେକ ପ୍ରାଇଭେଟ୍ ବିବାହ ଉତ୍ସବରେ ବଲିଉଡ ସେଲିବ୍ରିଟିଙ୍କ ଡାନ୍ସ ପରଫରମାନ୍ସକୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି । କିଛି ଧନୀ ଶ୍ରେଣୀର ଲୋକମାନେ ବିବାହ ଉତ୍ସବକୁ ଆହୁରି ଆଲିଶାନ୍ କରିବା ପାଇଁ ଏଭଳି ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରିଥାନ୍ତି । ଆପଣ ଜାଣିଛନ୍ତି କି ଏହି ବଲିଉଡ ସେଲିବ୍ରିଟି ଗୋଟିଏ ଡାନ୍ସ ପରଫରମାନ୍ସ ପାଇଁ କେତେ ଟଙ୍କା ଫିସ୍ ନେଇଥାନ୍ତି ?

୧. ଶାହରୁଖ ଖାନ୍: ବଲିଉଡର କିଙ୍ଗ ଖାନ୍ ପ୍ରାଇଭେଟ୍ ବିବାହ ଉତ୍ସବରେ ଡାନ୍ସ ପରଫରମାନ୍ସ ପାଇଁ ୩ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୨. ଦୀପିକା ପାଦୁକୋନ: ମସ୍ତାନୀ ଦୀପିକା ତାଙ୍କ ଡାନ୍ସ ମୁଭ୍ସ ପାଇଁ ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୩. ଆଲିଆ ଭଟ୍ଟ: ବଲିଉଡର ଚୁଲବୁଲି ଆଲିଆ ଇଭେଣ୍ଟ ଏବଂ ଡାନ୍ସ ପରଫରମାନ୍ସ ପାଇଁ ୧.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୪. ରଣବୀର ସିଂହ: ବିବାହରେ ଡାନ୍ସ କରିବା ପାଇଁ ସେ ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଭିକି କୌଶଲ ମଧ୍ୟ ତାଙ୍କ ପରଫରମାନ୍ସ ପାଇଁ ୧ କୋଟି ଟଙ୍କା ନେଇଥାନ୍ତି ।

୫. ସଲମାନ ଖାନ୍: ବଲିଉଡର ଭାଇଜାନ୍ ପ୍ରାଇଭେଟ୍ ବାର୍ଥ ଡେ ପାର୍ଟି କିମ୍ବା ବିବାହ ଉତ୍ସବରେ ଲୋକଙ୍କ ମନୋରଞ୍ଜନ ପାଇଁ ୨ କୋଟି ଟଙ୍କା ଚାର୍ଜ କରନ୍ତି । ସେହିପରି ରଣବୀର କପୁର ମଧ୍ୟ ୨ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୭. କ୍ୟାଟ୍ରିନା କୈଫ: ପ୍ରାଇଭେଟ୍ ଫଙ୍କସନ ପାଇଁ କ୍ୟାଟ୍ରିନା ୩.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୮. ପ୍ରିୟଙ୍କା ଚୋପ୍ରା: ଦେଶ ବିଦେଶରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ସ ଅନେକ । ପ୍ରାଇଭେଟ୍ ଫଙ୍କସନରେ ଡାନ୍ସ ପରଫରମାନ୍ସ ପାଇଁ ସେ ଦେଶୀ ଗାର୍ଲ ୨.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।