fbpx

ପାଖରେ ବର, କୋଳରେ ଲ୍ୟାପଟପ୍

ସାରା ଦେଶରେ କରୋନା ମହାମାରୀ ଯୋଗୁଁ କମ୍ପାନୀଗୁଡିକ କର୍ମଚାରୀମାନଙ୍କୁ ଘରେ ବସି କାମ କରିବାକୁ କହୁଛି, ଯାହାଦ୍ୱାରା ସଂକ୍ରମଣ ବାସ୍ତାନ ହେବ ନାହିଁ । ବହୁତ ଲୋକ ଆଜି ବି ଘରେ ବସି କାମ କରୁଛନ୍ତି । ତେବେ କରୋନା ସଙ୍କଟ ସମୟରେ ୱାର୍କ ଫ୍ରମ୍ ହୋମ୍ ଶବ୍ଦ ତ ବହୁଥର ଶୁଣିଥିବେ କିନ୍ତୁ ୱାର୍କ ଫ୍ରମ୍ ଷ୍ଟେଜ୍ କଥା କେବେ ଶୁଣିଛନ୍ତି କିମ୍ବା କରିଛନ୍ତି କି?

ଏଭଳି କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିବାହ ମଞ୍ଚ ଉପରେ ଜଣେ କନ୍ୟା ବସି ଲ୍ୟାପଟପରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ହାତରେ ଲ୍ୟାପଟପ ଓ ଅନ୍ୟ ହାତରେ ମୋବାଇଲ ଧରି କନ୍ୟା ଜଣଙ୍କ କାମ କରୁଛନ୍ତି । କାମ କରିବାରେ ଏତେ ବ୍ୟସ୍ତ ରହିଯାଇଛନ୍ତି ଯେ, ନିଜ ବିବାହର ମଜା ନେଇପାରୁନାହାନ୍ତି । ଆସନ୍ତୁ ଦେଖିବା ଏହାର ଭିଡିଓ..

 

ଅନ୍ୟପଟେ କନ୍ୟାଙ୍କୁ ଏଭଳି କାର୍ଯ୍ୟ କରୁଥିବା ଦେଖି ବର ମଧ୍ୟ ଚୁପ୍ । କେବଳ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନେଇକି ବସିଛନ୍ତି । କେତେବେଳେ କାମ ସରିବ ଓ କନ୍ୟା ତାଙ୍କୁ ଟିକେ ପ୍ରେମଭରା ଦୃଷ୍ଟିରେ ଅନେଇବେ । ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ଏଥିରେ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.