ଧନତେରସ ଦିନ ଅବଶ୍ୟ କିଣନ୍ତୁ ଲୁଣ, ଦାରିଦ୍ର୍ୟତା ହେବ ଦୂର, ପରିବାରରେ ବଢିବ ଶାନ୍ତି

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଦୀପାବଳି ପର୍ବ ୩୧ ଅକ୍ଟୋବରରେ ପାଳନ କରାଯିବ। ଦୀପାବଳିର ଠିକ ଦୁଇ ଦିନ ପୂର୍ବରୁ ଧନତେରସ ସେଲିବ୍ରେସନ କରାଯାଇଥାଏ ଅର୍ଥାର ୨୯ ତାରିଖରେ ଧନ୍ୱନ୍ତରୀ ପର୍ବ ପାଳନ କରାଯିବ। କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ ହେବ। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଏବଂ ଗଣେଶଙ୍କୁ ପୂଜା କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ବାହାରକୁ ଆସିଥିଲେ। ଏଥିପାଇଁ ଏହି ଦିନ ବାସନ କିଣାଯାଇଥାଏ, ଯାହାକୁ ଶୁଭ ବୋଲି କୁହାଯାଏ।

ଜ୍ୟେତିଷଶାସ୍ତ୍ରୀଙ୍କ ଅନୁଯାୟୀ, ଧାର୍ମିକ ଏବଂ ପୌରାଣିକ ମାନ୍ୟତା ଅନୁସାରେ, ଧନତେରସ ଦିନ ଲୁଣର ପକେଟ ଆପଣ କିଣିପାରିବେ। ଏହାକୁ ଶୁଭ ବୋଲି କୁହାଯାଇଥାଏ। ଏହି ଲୁଣକୁ ଭୋଜନରେ ବ୍ୟବହାର କରନ୍ତୁ। ଧନତେରସ ଦିନ ଲୁଣ କିଣିବା ଦ୍ୱାରା ଘରେ ଦାରିଦ୍ର‌୍ୟତା ଦୂର ହୋଇଥାଏ। ଘରେ ସୁଖ-ସମୃଦ୍ଧି ଆସିଥାଏ। ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଘରେ ଧନର ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଆପଣଙ୍କ ଘରେ ରୋଗ, କଷ୍ଟ, ସମସ୍ୟାମାନ ଦୂର ହେବ। ଘରେ ଆର୍ଥିକ ସ୍ଥିତି ମଜବୁତ ହେବ। ଧନ ପ୍ରାପ୍ତି ହେବ। ଲୁଣ କିଣିବା ସମୟରେ ଗୋଟିଏ କଥା ଧ୍ୟାନ ଦିଅନ୍ତୁ, ଏହି ଲୁଣକୁ ଆପଣ ନିଜେ ରୋଜଗାର କରିଥିବା ଟଙ୍କାରେ କିଣନ୍ତୁ, ଭୁଲରେ ବି କରଜ ବା ଋଣ କରି କିଣନ୍ତୁ ନାହିଁ। ଧନତେରସ ଦିନ ଆପଣ ଅନ୍ୟ କାହାରିକୁ ଲୁଣ ମାଗନ୍ତୁ ନାହିଁ। ଘରେ ଏହି ଦିନ ଲୁଣ ପାଣିରେ ଘର ପୋଛନ୍ତୁ,ଏହା ଦ୍ୱାରା ଘରେ ଲାଗିରହିଥିବା ଝଗଡାର ସମାଧାନ ହେବ। ଏଥିସହ ସକରାତ୍ମକ ଶକ୍ତି ଉତ୍ପନ୍ନ ହେବ।