ନୂଆଦିଲ୍ଲୀ: ଧନତେରସର ପର୍ବ ଲକ୍ଷ୍ମୀ-ଗଣେଶ ପୂଜା ଏବଂ କିଣାକିଣି କରିବା ପାଇଁ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଲୋକେ ସୁନା ରୂପା ଅଳଙ୍କାର କିଣିବା ସହ ବସ୍ତ୍ର ଏବଂ ଘରର ସାଜ ସଜା ପାଇଁ ଜିନିଷ କିଣନ୍ତି। ମାନ୍ୟତା ଅନୁଯାୟୀ, ଏହି ଦିନ ଲକ୍ଷ୍ମୀ ମାଆ, ଗଣେଶ, ଏବଂ କୁବେରଙ୍କ ପୂଜା କରିବା ଦ୍ୱାରା ଘରକୁ ଶାନ୍ତି ଆସିଥାଏ। ଏହି ଦିନ ପୂଜାରେ କେଉଁ କେଉଁ ସାମଗ୍ରୀ ଆପଣଙ୍କୁ କିଣିବା ଆବଶ୍ୟକ ଆସନ୍ତୁ ଜାଣିବା।
ଯଦି ଆପଣ ଧନତେରସ ଦିନ ଦେବୀ ଲକ୍ଷ୍ମୀଙ୍କ ସହ ଗଣେଶ, କୁବେର ଦେବ ଏବଂ ଧନ୍ୱନ୍ତରୀଙ୍କ ପୂଜା କରନ୍ତି ତେବେ ଧନ-ଧାନ୍ୟ ସହ ଆପଣଙ୍କୁ ଆରୋଗ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ। ଏହି ଦେବା-ବେଦୀ ଆପଣଙ୍କ ଉପରେ ଅର୍ଥିକ ଭାବେ ପ୍ରସନ୍ନ ହୋଇଥାଆନ୍ତି। ଏଥିସହ ଘରକୁ ଶାନ୍ତି ଆସିବା ସହ ଜୀବନରେ ପ୍ରତ୍ୟେକ ସମସ୍ୟାର ସାମାଧାନ ହୋଇଥାଏ।
ପୂଜା ସାମଗ୍ରୀ
-ମାଆ ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ କୁବେର ଦେବତାଙ୍କ ମୂର୍ତ୍ତି ବା ଫଟୋ
-ଏହି ପୂଜାରେ ଆପଣଙ୍କୁ ଲକ୍ଷ୍ମୀ ଏବଂ ଗଣେଶଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ଆଣିବାକୁ ପଡିବ।
-ପୂଜା ପାଇଁ ଆମ୍ବ କାଠ ବା ହୋମ କାଠ
-ନାଲି ଏବଂ ହଳଦିଆ କପଡା
-ଗଙ୍ଗା ଜଳ
-ଦୀପ
-ପୂଜା ଥାଳି
-ପୂଜା ପାଇଁ କଳସ
-ଫୁଲ ହାର
-ଅର୍ଗୁର
-ଗାଈ ଘିଅ
-ଚିନି ବା ଗୁଡ
-ଧୂପ
-କପୂର
-ଅଗରବତୀ
ଧନତେରସର ପର୍ବ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିକୁ ପାଳନ କରାଯାଇଥାଏ। ୨୦୨୪ରେ ଏହି ତିଥି ୨୯ ଅକ୍କୋବର ସକାଳ ୧୦ଟା ୩୧ ମିନିଟରେ ଆରମ୍ଭ ହୋଇଯିବ। ତ୍ରୟଦଶୀ ତିଥିର ସମାପନ ୩୦ ଅକ୍ଟୋବର ଦିନ ୧ଟା ୧୫ ମିନିଟରେ ହେବ।