ନୂଆଦିଲ୍ଲୀ: ବିହାରର ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ପଦ୍ମ ଭୂଷଣରେ ସମ୍ମାନିତ ୭୨ ବର୍ଷୀୟା ଗାୟିକା ବର୍ତ୍ତମାନ ଅଙ୍କୋଲୋଜି ବିଭାଗରେ ଚିକିତ୍ସିତ ହେଉଛନ୍ତି । ସୂତ୍ରରୁ ପ୍ରକାଶ ଅକ୍ଟୋବର ୨୬ରେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି ।
କହିରଖୁଛୁ ୨୦୧୭ରେ ସେ ମଲ୍ଟିପଲ ମାୟଲୋମା(multiple myeloma) ଏକ ପ୍ରକାର ବୋନ୍ ମେରୋ କର୍କଟ ରୋଗରେ ପୀଡ଼ିତ ଥିଲେ । ନିକଟରେ ତାଙ୍କ ସ୍ୱାମୀଙ୍କ ବ୍ରେନ୍ ହ୍ୟାମରେଜରେ ଦେହାନ୍ତ ହୋଇଥିଲା । ଡାକ୍ତରଙ୍କ କହିବାନୁଯାୟୀ ବର୍ତ୍ତମାନ ତାଙ୍କ ସ୍ଥିତି ଚିନ୍ତାଜନକ ରହିଛି । ଡାକ୍ତର ଟିମ୍ ନିରନ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଶାରଦା ସିହ୍ନା ବିହାରର ଲୋକପ୍ରିୟ ସଂଗୀତକାର ମଧ୍ୟରୁ ଅନ୍ୟତମ । ସେ ମୈଥିଲି, ଭୋଜପୁରୀ ଏବଂ ମହଗୀ ଭାଷାରେ ବଡ଼ ପ୍ଲାଟଫର୍ମରେ ପ୍ରଦର୍ଶନ କରିଛନ୍ତି । ଛଟ୍ ଉତ୍ସବ ସମୟରେ ତାଙ୍କ ଲୋକଗୀତ ସବୁବେଳେ ଲୋକଙ୍କ ପ୍ରଶଂସାର ପାତ୍ର ରହିଆସିଛି ।