ହିନ୍ଦୁଙ୍କ ପାଇଁ ଯାହା କ୍ରୁର, ମୁସଲମାନଙ୍କ ପାଇଁ କାହିଁକି ନୁହେଁ: ମାଡ୍ରାସ ହାଇକୋର୍ଟ

ମାଡ୍ରାସ: ମାଡ୍ରାସ ହାଇକୋର୍ଟ ଟ୍ରିପଲ ତଲାକର ଏକ ମାମଲାକୁ ନେଇ ଶାଣିତ ଟିପ୍ପଣୀ ଦେଇଛନ୍ତି । ଶରିୟତ କାଉନସିଲକୁ ଭର୍ତ୍ସନା କରି ଏହା ଏକ ଘରୋଇ ସଂସ୍ଥା, କୋର୍ଟ ନୁହେଁ ବୋଲି କହିଛନ୍ତି । ଏକ ମୁସଲମାନ ଡାକ୍ତର ଦମ୍ପତିଙ୍କ ମାମଲାର ଶୁଣାଣି କାଳରେ ଏପରି କହିଛନ୍ତି କୋର୍ଟ । ପ୍ରଥମ ପତ୍ନୀ ସହ ବିବାହ ବୈଧ ରହିଥିବା କାରଣରୁ ହିନ୍ଦୁ ଧର୍ମରେ ଦ୍ୱିତୀୟ ବିବାହ କରିପାରିବେନି, ମୁସଲମାନଙ୍କ ମଧ୍ୟରେ କାହିଁକି ଗ୍ରହଣ ନୁହେଁ ।

୨୦୧୦ରେ ଏକ ଡାକ୍ତରୀ ଦମ୍ପତିଙ୍କ ନିକାହ ସମ୍ପନ୍ନ ହୋଇଥିଲା । କିନ୍ତୁ ସ୍ୱାମୀ ଟ୍ରିପଲ ତଲାକ ଦେଇ ଦ୍ୱିତୀୟ ବିବାହ କରିଥିଲେ । ହେଲେ ପତ୍ନୀ କହିଥିଲେ କି ତୃତୀୟ ତଲାକ ଶୁଣି ନାହାନ୍ତି । ତଥାପି ସରିୟତ ଆଇନ ବଳରେ ସ୍ୱାମୀ ସ୍ତ୍ରୀଙ୍କୁ ଛାଡି ଅନ୍ୟ ନିକାହ କରିଥିଲେ । ଯାହାକୁ ନେଇ ପ୍ରଥମ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚରେ ଜଷ୍ଟିସ ଜି ଆର ସ୍ୱାମୀନାଥନ ସରିୟତ ଦ୍ବାରା ଜାରି ଡିଭୋର୍ସ ସାର୍ଟିଫିକେଟକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ।

ଜଷ୍ଟିସ ସ୍ୱାମୀନାଥନ କହିଛନ୍ତି, ସରିୟତ ସ୍ୱାମୀର ଟ୍ରିପିଲ ତଲାକ ଆବେଦନ ଗ୍ରହଣ କରି ମଧ୍ୟସ୍ଥି ହେବାକୁ ଚେଷ୍ଟା କରିଛି । କିନ୍ତୁ ପତ୍ନୀ ଉପରେ ଅସହଯୋଗର ଧବ୍ୱା ଲଗାଇ ଦେଲା । ଏମିତି ଆଦେଶ ଦେବାର ଅଧିକାର କେବଳ କୋର୍ଟଙ୍କ ନିକଟରେ ରହିଛି । ସରିୟତ କାଉନସିଲ ଏକ ଘରୋଇ ସଂସ୍ଥା, କୌଣସି କୋର୍ଟ ନୁହେଁ । ତେଣୁ ଡାକ୍ତରଙ୍କ ପ୍ରଥମ ବିବାହ ବୈଧ ବୋଲି କହିଛନ୍ତି କୋର୍ଟ । ଏଥିସହ କୋର୍ଟ କହିଛନ୍ତି, ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପାଇଁ ସ୍ତ୍ରୀଙ୍କୁ ମାନସିକସ୍ତରରେ ଗଭୀର ଆଘାତ ଲାଗିଛି । ଏହା ଏକ ପ୍ରକାରର କ୍ରୁରତା ।

ଜଷ୍ଟିସ ସ୍ୱାମୀନାଥନ କହିଛନ୍ତି, ଯଦି ହିନ୍ଦୁ, ଖ୍ରୀଷ୍ଟିଆନ, ପାର୍ସି ଆଦିରେ ପ୍ରଥମ ବିବାହ ବୈଧ ରହିଥିବା ବେଳେ ଦ୍ୱିତୀୟ ବିବାହ କ୍ରୁର, ତେବେ ଏହା ନିଶ୍ଚିତ ରୂପେ ପ୍ରୋଟେକ୍ସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ସେକ୍ସନ ୧୨ ଅନ୍ତର୍ଗତ କ୍ରୁର ବିବେଚିତ ହୁଏ । ଯାହା ମୁସଲମାନଙ୍କ ଉପରେ ମଧ୍ୟ ଲାଗୁ ହେଉଛି । ଏଠାରେ କହି ରଖୁ କି, ଟ୍ରିପିଲ ତଲାକକୁ ନେଇ ପତ୍ନୀ ୨୦୧୮ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାଜିଷ୍ଟ୍ରେଟ କୋର୍ଟ ମାମଲାରେ ୨୦୨୧ରେ ନାବାଳକ ପିଲାଙ୍କ ଭରଣପୋଷଣ ପାଇଁ ପତ୍ନୀଙ୍କୁ ମାସିକ ୨୫ ହଜାର ଦେବାକୁ କହିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଉକ୍ତ ଡାକ୍ତର ପ୍ରଥମେ ସେସନ କୋର୍ଟ ଓ ପରେ ହାଇକୋର୍ଟ ଯାଇଥିଲେ ।