ଦୀପାବଳି ପାଇଁ ଟ୍ୱିନ୍ ସିଟିରେ ହେବ ୭ଟି ଅତିରିକ୍ତ ଅଗ୍ନିଶମ କେନ୍ଦ୍ର, ତୁରନ୍ତ ୧୧୨ ନମ୍ବରକୁ କଲ୍ କଲେ ମିଳିବ ସେବା: ଚିଫ୍ ଫାୟାର ଅଫିସର
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ସଜବାଜ ହେଉଛି ଟ୍ୱିନ୍ ସିଟି । ଦୀପାବଳି ପାଇଁ କଟକ ଏବଂ ଭୁବନେଶ୍ୱରରେ ୭ଟି ଅତିରିକ୍ତ ଅଗ୍ନିଶମ କେନ୍ଦ୍ର ଖୋଲାଯିବ । ଏନେଇ ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସେଣ୍ଟ୍ରାଲ, ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳରେ ୩ଟି ରେଞ୍ଜ୍ ସକ୍ରିୟ ରହିବ । କଟକରେ ୪ଟି ଓ ଭୁବନେଶ୍ୱରରେ ୩ଟି ଅତିରିକ୍ତ ଫାୟାର ଷ୍ଟେସନ୍ ହେବ ।
ଟ୍ୱିନ୍ ସିଟିରେ ସବୁ କ୍ଲଷ୍ଟର ପାଖରେ ବୁଲିବେ ଅଗ୍ନିଶମ ଅଧିକାରୀ । ଅଗ୍ନିକାଣ୍ଡର ଗୋଲ୍ଡେନ୍ ମୁମେଣ୍ଟରେ ନିଆଁ ଲିଭିବ । ଏହା ସହ ତୁରନ୍ତ ୧୧୨କୁ କଲ କଲେ ସର୍ଭିସ ମିଳିବ ବୋଲି ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ।