‘ମୋ ବସ୍‌’ ଚକା ତଳେ ଚାପି ହୋଇଗଲେ ମହିଳା ଯାତ୍ରୀ, ଡ୍ରାଇଭର ନିଶାରେ ଥିବା ଅଭିଯୋଗ କଲେ ସ୍ୱାମୀ

କଟକ: କଟକ ନେତାଜୀ ବସ ଟର୍ମିନାଲରେ ଦେଖିବାକୁ ମିଳିଛି ଅଭାବନୀୟ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ବୟସ୍କା ବୃଦ୍ଧାଙ୍କ ଉପରେ ଚଢ଼ିଗଲା ମୋ ବସ । ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ତୁରନ୍ତଏସିବି ମେଡିକାଲକୁ ସ୍ଥାନାନ୍ତର କରଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ ।

ମୃତକଙ୍କ ସ୍ୱାମୀ ଲକ୍ଷ୍ମଣ ଗୋଛାୟତଙ୍କ କହିବାନୁଯାୟୀ , ସେ ଆଉ ଆଉ ତାଙ୍କ ପତ୍ନୀ ସରସ୍ୱତୀ ଗୋଛୟତ ଗୋପାଳପୁର ସ୍ଥିତ ଏକ ସମ୍ପର୍କିୟଙ୍କ ଘରକୁ ଯିବା ପାଇଁ ସନ୍ଧ୍ୟା ସମୟରେ ମୋ ବସ ଜରିଆରେ ସିଡିଏ ରୁ ବସ ଟର୍ମିନାଲ ଆସିଥିଲେ । ଉଭୟ ବସରୁ ଓହ୍ଲାଇବା ସମୟରେ ହଠାତ ବସଟି ଚଲିବାକୁ ଲାଗିଥିଲା । ଫଳରେ ବୃଦ୍ଧା ମହିଳା ଜଣଙ୍କ ବସରୁ ଖସି ପଡ଼ିଥିଲେ । ନିକଟରେ ଥିବା ସମସ୍ତେ ଯାତ୍ରୀ ବସକୁ ଅଟକେଇବା ପାଇଁ ହୋହାଲା କରିଥିଲେ ହେଲେ ଦେଖୁଦେଖୁ ବସଟି ସରସ୍ୱତୀଙ୍କ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କର ମୃତ୍ୟ ଘଟିଥିଲା । ଏହି ଘଟଣା ଘଟିବା ପଛରେ ଚାଳକ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସ୍ୱାମୀ ଲକ୍ଷ୍ମଣ । କାରଣ ସେ ମୋ ବସ୍ ଚଲାଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ରହିଥିଲେ। ବର୍ତ୍ତମାନ ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ଗୁହାରି କରିଛନ୍ତି ସରସ୍ୱତୀଙ୍କ ପରିବାର ।