ONGCରେ ଟ୍ରେନିଂ ଆପ୍ରେଣ୍ଟିସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେତେ ମିଳିବ ଷ୍ଟାଇପେଣ୍ଡ୍‌

ନୂଆଦିଲ୍ଲୀ: ତୈଳ ଏବଂ ପ୍ରକୃତିକ ଗ୍ୟାସ୍ ନିଗମ(ONGC) ଆପ୍ରେଣ୍ଟିସ୍ ଅଧିନିୟମ ୧୯୬୧ ଅନ୍ତର୍ଗତ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ongcapprentices.ongc.co.inକୁ ଯାଇ ଅଫିସିଆଲ ନୋଟିଫିକେସନ୍ ଆଧାରରେ ଅନଲାଇନ୍ ଆବେଦନ କରିପାରିବେ । ଅକ୍ଟୋବର ୫ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖକୁ ନଭେମ୍ବର ୧୦କୁ ବୃଦ୍ଧି କରିଦିଆଯାଇଛି ।

ONGC ଏହାର ମୋଟ୍ ୨୨୩୬ ଟ୍ରେନି ଆପ୍ରେଣ୍ଟିସଙ୍କ ନିଯୁକ୍ତି ପାଇଁ ନୋଟିଫିକ୍ସେନ୍ ଜାରି କରିଛି । ଏଥିପାଇଁ ପ୍ରାର୍ଥୀ ଜଣଙ୍କ ଭାରତ ସରକାର କିମ୍ବା ଏହାର ନିୟାମକ ସଂସ୍ଥା ଦ୍ୱାରା ଅନୁମୋଦିତ କୌଣସି ମାନ୍ୟତାପ୍ରପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସମ୍ବନ୍ଧିତ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ । ଅକ୍ଟୋବର ୨୫, ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହୋଇଥିବା ଆବଶ୍ୟକ ।

ONGC ଆପ୍ରେଣ୍ଟିସିପ୍ ଚୟନ ପ୍ରକ୍ରିୟା ଏବଂ ଦରମା

ଆପ୍ରେଣ୍ଟିସିପ୍ ନିଯୁକ୍ତି ପାଇଁ ପ୍ରଥମେ ପ୍ରାର୍ଥୀଙ୍କ ଯୋଗ୍ୟତା ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ହେବ । ଏହା ପରେ ଯୋଗ୍ୟତା ଅନୁଯାୟୀ ସମାନ ନମ୍ବର ରଖିଥିଲେ ସର୍ବାଧିକ ଆୟୁ ଥିବା ପ୍ରାର୍ଥୀଙ୍କ ବିଷୟରେ ବିଚାର କରାଯିବ । ଚୟନ ପ୍ରାର୍ଥୀଙ୍କୁ ଆପ୍ରେଣ୍ଟିସିପର କ୍ୟାଟାଗୋରୀ ଆଧାରରେ ୭୦୦୦ ଟଙ୍କାରୁ ୯୦୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ୍ ମିଳିବ ।