ଓଡ଼ିଶା ଭାସ୍କର: ପ୍ରକାଶ ପାଇଛି ପ୍ରତ୍ୟେକ ଦଳର ଆଇପିଏଲ ରିଟେନସନ ତାଲିକା । ପ୍ରତ୍ୟେକ ଦଳ ନିଜ ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ହସ୍ତାନ୍ତର କରିଛନ୍ତି । କେଉଁ ଦଳ କାହାକୁ କରିବ ରିଟେନ୍? ଏହିସବୁ ଖେଳାଳିଙ୍କୁ ଦଳରେ ସାମିଲ କରି ଆଇପିଏଲ-୨୦୨୫ ପାଇଁ ମଧ୍ୟ ପ୍ରସ୍ତୁତି ହୋଇଛନ୍ତି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ଫ୍ରାଞ୍ଚାଇଜି । ୩ ଜଣ ଅଧିନାୟକଙ୍କୁ ଦଳ ଆଗାମୀ ସିଜନ ପାଇଁ ବିଦାୟ ଦେଇଛି । ଆସନ୍ତୁ ଦେଖିବା ପ୍ରତ୍ୟେକ ଦଳର ସମ୍ଭାବ୍ୟ ରିଟେନସନ ତାଲିକା…
କୋଲକାତା ନାଇଟ ରାଇଡର୍ସ: ଦଳକୁ ୨୦୨୪ ମସିହାରେ ଚମ୍ପିଆନ୍ କରିଥିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରିଛି କୋଲକାତା । ତେବେ ଆଗାମୀ ସିଜନ ରିଙ୍କୁ ସିଂହ(୧୩ କୋଟି), ବରୁଣ ଚକ୍ରବର୍ତ୍ତୀ(୧୨ କୋଟି), ଆନ୍ଦ୍ରେ ରସେଲ(୧୨ କୋଟି), ସୁନୀଲ ନାରାୟଣ(୧୨ କୋଟି), ହର୍ଷିତ ରାଣା(୪ କୋଟି) ଏବଂ ରମନଦୀପ ସିଂହ(୪ କୋଟି)ଙ୍କୁ ରିଟେନ କରିଛି ।
ସନରାଇଜର୍ସ ହାଇଦ୍ରାବାଦ: ହେନରିକ କ୍ଲାସେନ(୨୩ କୋଟି), ପାଟ୍ କମିନ୍ସ(୧୮ କୋଟି), ଅଭିଷେକ ଶର୍ମା(୧୪ କୋଟି), ଟ୍ରାଭିସ ହେଡ(୧୪ କୋଟି) ଏବଂ ନୀତିଶ ରେଡ୍ଡୀ (୬ କୋଟି)ଙ୍କୁ ରିଟେନ୍ କରିଛି ଦଳ ।
ରାଜସ୍ଥାନ ରୋୟଲ୍ସ: ସଞ୍ଜୁ ସାମସନ, ଯଶସ୍ୱୀ ଜଏସ୍ୱାଲ, ରିୟାନ ପରାଗ, ସିମ୍ରନ ହେଟମାୟର ଏବଂ ଧ୍ରୁବ ଜୁରେଲଙ୍କ ସହ ସନ୍ଦୀପ ଶର୍ମାଙ୍କୁ ରିଟେନ୍ କରିଛି ଦଳ ।
ଗୁଜରାଟ ଟାଇଟନ୍ସ: ରାଶିଦ ଖାନ୍(୧୮ କୋଟି), ଶୁଭମନ ଗିଲ୍(୧୬.୫ କୋଟି), ସାଇ ସୁଦର୍ଶନ(୮.୫ କୋଟି), ଶାହରୁଖ ଖାନ୍ (୪ କୋଟି) ଏବଂ ରାହୁଲ ତେୱାତିଆ(୪ କୋଟି) ଙ୍କୁ ଦଳରେ ସାମିଲ କରାଯାଇଛି ।
ପଞ୍ଜାବ କିଙ୍ଗସ: ଆଇପିଏଲ-୨୦୨୫ ପାଇଁ ସବୁଠାରୁ ଅଧିକ ଖେଳାଳିଙ୍କୁ ରିଲିଜ କରିଛି ପଞ୍ଜାବ । ମେଗା ଅକ୍ସନ ପୂର୍ବରୁ ଦଳ କେବଳ ଶଶାଙ୍କ ସିଂହ(୫.୫ କୋଟି) ଏବଂ ପ୍ରଭସିମ୍ରନ ସିଂହ(୪ କୋଟି)ଙ୍କୁ ଅନˆ୍ୟାପ୍ଡ ଖେଳାଳି ଭାବରେ ଦଳରେ ରଖାଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସ: ଅଧିନାୟକ ଋଷଭ ପନ୍ତଙ୍କୁ ଦଳ ରିଲିଜ କରିଛି । ଏହାବ୍ୟତୀତ ଅକ୍ସର ପଟେଲ, କୁଳଦୀପ ଯାଦବ ଏବଂ ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ଦଳ ଆଗାମୀ ସିଜନ ପାଇଁ ରିଟେନ୍ କରିଛି ।
ଲକ୍ଷେ୍ନø ସୁପର ଜିଆଣ୍ଟସ: ଦଳରେ ଅଧିନାୟକ କେ.ଏଲ ରାହୁଲଙ୍କୁ ରିଲିଜ କରିଛି । ତେବେ ନିକୋଲସ ପୁରନ୍, ରବି ବିଷ୍ଣୋଇ ଏବଂ ମୟଙ୍କ ଯାଦବ, ମୋହସିନ ଖାନ ଏବଂ ଆୟୁଷ ବଦୋନୀଙ୍କୁ ଦଳ ରିଟେନ୍ କରିଛି ।
ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ: ବିରାଟ କୋହଲି(୨୧ କୋଟି), ରଜତ ପାଟିଦାର(୧୧ କୋଟି) ଏବଂ ୟଶ ଦୟାଲ(୫ କୋଟି)ଙ୍କୁ ରିଟେନ୍ କରିଛି ବେଙ୍ଗଲୁରୁ ।
ମୁମ୍ବାଇ ଇଣ୍ଡିଆନ୍ସ: ଜଶପ୍ରୀତ ବୁମରାହ(୧୮ କୋଟି), ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୧୬.୩୫ କୋଟି), ସୂର୍ଯ୍ୟକୁମାର ଯାଦବ (୧୬.୩୫ କୋଟି), ରୋହିତ ଶର୍ମା(୧୬.୩୦ କୋଟି) ଏବଂ ତିଲକ ବର୍ମା(୮ କୋଟି)ଙ୍କୁ ଦଳ ରିଟେନ୍ କରିଛି ।
ଚେନ୍ନାଇ ସୁପର କିଙ୍ଗସ: ଋତୁରାଜ ଗାଏକ୍ୱାଡ(୧୮ କୋଟି), ରବିନ୍ଦ୍ର ଜାଡେଜା(୧୮ କୋଟି), ମଥୀଶା ପଥିରାନା(୧୩ କୋଟି), ଶିବମ ଦୁବେ(୧୨ କୋଟି) ଏବଂ ପୂର୍ବ ଅଧିନାୟକ ଏମ.ଏସ ଧୋନୀ(୪ କୋଟି) ଦଳରେ ଅନକ୍ୟାପ୍ଡ ଖେଳାଳି ଭାବରେ କମବ୍ୟାକ କରିବାକୁ ଯାଉଛନ୍ତି ।